ସୂଚନା ଓ ଲୋକ ସଂପର୍କ ବିଭାଗ ଦକ୍ଷିଣାଂଚଳ ଉପନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଳା ଗସ୍ତ

ରାୟଗଡ, (ଶିବ ନାରାୟଣ ଗୈାଡ): ସୂଚନା ଓ ଲୋକ ସଂପର୍କ ବିଭାଗର ଦକ୍ଷିଣାଂଚଳ ଉପନିର୍ଦ୍ଦେଶକ ଗୁରବୀର ସିଂହ ଆଜି ଦିନକିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଶ୍ରୀ ସିଂହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକାରିତା ପ୍ରଣାଳୀ, ହିସାବ ବିବରଣୀ ଉପରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନ କରିବା ସହ ସଠିକ୍ ଭାବେ ଏବଂ ନିୟମ ମୁତାବକ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେହିପରି କାର୍ଯ୍ୟାଳୟର ଅନୁମୋଦିତ କର୍ମଚାରୀଙ୍କ ପଦବୀ ସଂଖ୍ୟା, ଖାଲି ପଡିଥିବା ପଦବୀ ସଂଖ୍ୟା, କାର୍ଯ୍ୟାଳୟର ବିଭିନ୍ନ ଅସୁବିଧା, କର୍ମଚାରୀଙ୍କ ବ୍ୟକ୍ତିଗତ ସମସ୍ୟା, ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନା, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଆଦି ବିକ୍ରୟର ବିବରଣୀ ଉପରେ ମଧ୍ୟ ଅନୁଧ୍ୟାନ କରିଥିଲେ ।

Omkar Vasthu
Omkar Vasthu


ଏହା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାୟଗଡ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଲ୍ ବୋର୍ଡ (ହୋଡିଙ୍ଗ)କୁ ଅନୁଧ୍ୟାନ କରିଥିଲେ । ପରେ ସଂସ୍କୃତି ବିଭାଗର ମ୍ୟିୁଜିୟମ ପରିଦର୍ଶନ କରି ଏଠାରେ ସଂରକ୍ଷିତ ଥିବା ଦୁର୍ଲଭ ଉପକରଣକୁ ସଠିକ ଭାବେ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିଦର୍ଶନ ସମୟରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା, ସହକାରୀ ସଂଚାଳକ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, କାହ୍ମୁଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଉପନିର୍ଦ୍ଦେଶକ ଶ୍ରୀ ସିଂହ ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସଂର୍ପକ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.