● ବେଣୁଧର କନ୍ଧପାଣି ସଭାପତି, ତାପସ ସାହୁ ସଂପାଦକ
ଲାଞ୍ଜିଗଡ଼,୨୦|୮: ଇତି ମଧ୍ୟରେ ଲାଞ୍ଜିଗଡ଼ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଗଠିତ ହୋଇଯାଇଛି। ବିଶ୍ଵନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ପିଇଓ ବିଘ୍ନରାଜ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନୂତନ ଭାବେ ‘ଲାଞ୍ଜିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ’ ଗଠନ କରାଯାଇଛି। ଏଥିରେ ନୂତନ ସଭାପତି ଭାବେ ବେଣୁଧର କନ୍ଧପାଣି, ଉପସଭାପତି ଭାବେ ଅଲେଖ ସା, ସମ୍ପାଦକ ଭାବେ ତାପସ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଗୈାରାଙ୍ଗ ମାଝୀ ମନୋନୀତ ହୋଇଥିଲେ। ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ସଭାପତି କୃଷ୍ଣଚନ୍ଦ୍ର ସହୁ ଅତିଥି ଭାବେ ଯୋଗଦେଇଥିଲେ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in