ଜିଲ୍ଲା ସାହୁ ସମାଜର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

ନୂଆପଡା, ୨୧|୮: ଖରିଆର ରୋଡ ସହର ସ୍ଥିତ ଜିଲ୍ଲା ସାହୁ ସମାଜ ଭବନ ଠାରେ ନୂଆପଡା ଜିଲ୍ଲା ସାହୁ ସମାଜର ନବ ନିର୍ବାଚିତ ଜିଲ୍ଲା ସ୍ତରୀୟ ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛତିଶଗଡ଼ ସାହୁ ସମାଜ ସଭାପତି ଅର୍ଜୁନ ହିରବାନୀ ମୁଖ୍ୟ ଅତିଥି, ଛତିଶଗଡ଼ ତେଲଘାନୀ ବୋର୍ଡ ସଭାପତି ତଥା ଅଖିଳ ଭାରତୀୟ ତୈଲିକ ସାହୁ ସମାଜ ଯୁବ ସଭାପତି ସନ୍ଦୀପ ସାହୁ ବିଶିଷ୍ଠ ଅତିଥି, ଛତିଶଗଡ଼ ସାହୁ ସମାଜ ଉପ ସଭାପତି ତୁଳସୀ ଦାସ ସାହୁ, ସରିତା ସାହୁ, ମହିଳା ନେତ୍ରୀ ୟାମିନୀ ସାହୁ, କିଶାନ ପ୍ରକୋଷ୍ଠ ସଂଯୋଜକ ଲକ୍ଷ୍ମଣ ସାହୁ, ଧନତରୀ ଜିଲ୍ଲା ସଭାପତି ଦୟାରାମ ସାହୁ, ଗରିଆବନ୍ଧ ଜିଲ୍ଲା ସଭାପତି ଭୁବନେଶ୍ୱର ସାହୁ, ମହାସମୁନ୍ଦ ଜିଲ୍ଲା ସଭାପତି ଧରମ ସାହୁ, ରାୟଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମଗୋପାଳ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଚଳିତ ବର୍ଷ ଜୁନ ୨୭ ତାରିଖରେ ଜିଲ୍ଲା ସାହୁ ସମାଜର ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନରେ ନୂଆପଡା ଜିଲ୍ଲା ସଭାପତି ଭାବେ ଦେଓଧର ସାହୁ, ସାଧାରଣ ସମ୍ପାଦକ ଧନିରାମ ସାହୁ, ମହିଳା ସଂଗଠନ ସଭାନେତ୍ରୀ ମମତା ସାହୁ, ସମ୍ପାଦିକା ଜାନକୀ ସାହୁ, ଉପ ସଭାପତି ତାରେଶ୍ବରୀ ସାହୁ, ଦେଓ କୁମାର ସାହୁ, ପ୍ରମୋଦ ସାହୁ, ସହ ସମ୍ପାଦକ ବେଦ ପ୍ରକାଶ ସାହୁ ଓ ଦିଲୀପ ସାହୁ, କୋଷାଧ୍ୟକ୍ଷ ଚୈନୁ ସାହୁ, ସଂଗଠନ ସମ୍ପାଦକ ପରମାନନ୍ଦ ସାହୁ, ରାଜନୈତିକ ସଂଯୋଜକ ଗୋବର୍ଦ୍ଧନ ସାହୁ, ଚିକିତ୍ସା ପ୍ରକୋଷ୍ଠ ସଂଯୋଜକ ଡ଼ ବାସୁ ଦେବ ସାହୁ, ଜିଲ୍ଲା ସାହୁ ସମାଜ ଯୁବ ସଭାପତି ରୋହିତ ସାହୁ ପ୍ରମୁଖ ଶପଥ ପାଠ କରିଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.