ଅଜଣା ରୋଗରେ ଗାଈ ବଳଦ ମୃତ୍ୟୁ, କାରଣ ଅସ୍ପଷ୍ଟ

କଳାହାଣ୍ଡି, ୨୧|୮ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଖମାରହଲଦୀ ଗ୍ରାପଞ୍ଚାୟତ ଅଧିନରେ ଥିବା ଶୋଷିଆ ଗ୍ରାମରେ ଅଜଣା ରୋଗରେ ଗାଈ ବଳଦ ବାଛୁରୀ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି । ଗ୍ରାମର ଲୋକ କହିବାନୁଯାୟୀ ଗତ କିଛି ଦିନ ହେଲା ଏହି ଅଜଣା ରୋଗ ବଢ଼ି ଚାଲିଛି । ପ୍ରଥମେ ଜଣେ ଦୁଇ ଜଣ ଗାଈଙ୍କ ପାଖରେ ଏହା ଦେଖିବାକୁ ମିଳିଥିଲା । ହେଲେ ତାହା ଦିନକୁ ଦିନ ବଢ଼ି ଏବେ ଗ୍ରାମର ଶତାଧିକ ଗାଈ ବଳଦ ବାଛୁରୀ ଆକାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ରୋଗ ଆକ୍ରାନ୍ତିତ ହେଲେ ମୃତ୍ୟ ମୁଖରେ ପଡୁଥିବା ମଧ୍ୟ ଜଣାପଡିଛି । ଏହାକୁ ନେଇ ଗାଈ ମାଲିକମାନେ ଭୟଭୀତ ହେଉଛନ୍ତି । ଗ୍ରାମର ଜିତେନ୍ଦ୍ର କୁମାର ନେଗିଙ୍କ ଗୋଟିଏ ବଳଦ, ଧୀରେଶ କୁମାର ଯୋଶୀଙ୍କ ଗୋଟିଏ ଗାଈ, କ୍ଷିତିଶ ଚନ୍ଦ୍ର ଯୋଶୀଙ୍କ ଗୋଟିଏ ବାଛୁରୀ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ରୋଗ ଦିନକୁ ଦିନ ବଢ଼ି ଚାଲିଥିବାରୁ ଗାଈ ମାନେ ମୃତ୍ୟୁ ବରଣ କରୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗୁଥିବାରୁ ଏହାର କାରଣ କଣ ଏଯାଏଁ କେହି ଜାଣି ପାରୁ ନାହାନ୍ତି । ଏହି ଅଜଣା ରୋଗ ଡିଆଁ ରୋଗ ଭଳି ବ୍ୟାପୁଥିବା ନେଇ ଗାଈ ମାଲିକ ମାନେ ଚିନ୍ତିତ । ଏହାର ଚିକିତ୍ସା ନିମନ୍ତେ ବିଭିନ୍ନ ପ୍ରକାର ଔଷଧ ସେବନ କରାଇ ଅନେକ ଖର୍ଚ୍ଚନ୍ତ ହେଲେଣି କିନ୍ତୁ ରୋଗରେ ସୁଧାର ଆସି ପାରୁ ନଥିବା ଜଣାପଡିଛି । ଏଣୁ ପ୍ରଶାସନ ତୁରନ୍ତ ଏହାର ସମସ୍ୟା ପ୍ରତି ଧ୍ୟାନଦେଇ ତୁରନ୍ତ ଶୋଷିଆ ଗ୍ରାମକୁ ଅନୁଧ୍ୟାନ ଡ଼ାକ୍ତରୀଟିମ ପଠାଇ କେଉଁ କାରଣରୁ ଏହି ରୋଗ ବଢୁଛି ପରେ ମୃତ୍ୟୁ ମୁଖରେ ପଡୁଛି ତାର କାରଣ କଣ ଜାଣିବା ସହ ଗାଈ ମାଲିକ ମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ଗୋଲାମୁଣ୍ଡା ପ୍ରାଣୀ ଚିକିତ୍ସାଳୟ ଡା. ପ୍ରମୋଦ କୁମାର ଭୋଇଙ୍କୁ ପଚାରିବାରୁ ଏହା ଫାଟକ ରୋଗ କିଛି ହେବନାହିଁ ଗାଈମାନଙ୍କରଅନ୍ୟ କୌଣସି କାରଣରୁ ମୃତ୍ୟ ହୋଇ ଥାଇପାରେ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.