ନୂଆପଡା ଯୁବ କଂଗ୍ରେସ କମିଟିର “ପଞ୍ଚାୟତ ଚାଲ ଓ୍ବାର୍ଡ ଚାଲ ” କାର୍ଯ୍ୟକ୍ରମ

ନୂଆପଡା,୨୦/୨: ଲୋକସଭା ଯୁବ କଂଗ୍ରେସ କମିଟି ଦ୍ବାରା ସମରସିଂ ପନ୍ଚାୟତ ଭୁର୍କାଧୋଡା ଗ୍ରାମର କାଲୁବାବା ସ୍ମୃତି ପୀଠରେ ରବି ମଂଗରାଜଙ୍କ ନେତୃତ୍ବରେ “ପଞ୍ଚାୟତ ଚାଲ ଓ୍ବାର୍ଡ ଚାଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା ଏବଂ ନବନିଯୁକ୍ତ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଂଯୋଜକ ଓ ଛତିଶଗଡ଼ ପ୍ରଭାରୀ ଶ୍ରୀ କମଳ ଚରଣ ତାଣ୍ଡି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଢୀ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଘାସିରାମ ମାଝୀ, କଲାହାଣ୍ଡି ସଂଯୋଜକ ମହମ୍ମଦ ସାହିଦ, ନୂଆପଡା ବିଧାନସଭା ସଭାପତି ସୌରଭ ଚନ୍ଦ୍ରକାର ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ।
କାଲୁବାବାଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଗଲା, ଶ୍ରୀ ଚୁଡାମଣି ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ନବନିଯୁକ୍ତ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଂଯୋଜକ ଶ୍ରୀ କମଳ ଚରଣ ତାଣ୍ଡି ଙ୍କୁ ପୁଷ୍ପ ମାଲ୍ଯା ଦେଇ ଯୁବ କର୍ମୀ ମାନେ ସମ୍ବର୍ଦ୍ଧନା ଦେଇଥିଲେ ପରେ ସ୍ବାଗତ ଭାଷଣ ରବି ମଂଗରାଜ ଦେଇଥିଲେ।
ଶ୍ରୀ ମାଝି ଉଭୟ ବିଜେଡି ଓ ବିଜେପି ସର୍ବ ସାଧାରଣ ଙ୍କୁ ଠକିଥିବା ବେଲେ ଚାଷୀ ଶ୍ରମିକ ଯୁବକ ମାନଙ୍କୁ ନିରାଶ କରିଛି, କଂଗ୍ରେସ ବିଧାୟକ ହେଲେ ସମସ୍ତ ବର୍ଗର ବିକାଶ ପାଇଁ କାମ ହେବ ବୋଲି କହିଲେ। ପରେ ମୁଖ୍ଯ ଆତିଥି ଶ୍ରୀ ପାଢୀ କହିଲେ ଯେ ରାହୁଲ ଗାନ୍ଧୀ ପ୍ରତିଜ୍ଞା କରିଛନ୍ତି ଶ୍ରମିକ ଯୁବକ ଚାଷୀ ମାନଙ୍କ ବିକାଶ ପାଇଁ କାମ କରିବେ, କଂଗ୍ରେସ ସରକାର କୁ ଆସିଲେ ଚାଷୀ ଲୋନ୍ ଛାଡ, ପ୍ରତି ଘରର ଜଣକୁ ଚାକିରି, ଶ୍ରମିକ ଚାଷୀକୁ ଭତା , ମାଗଣା ସୋଲାର ପମ୍ପ ଦିଆଯିବ, ବେକାର ଯୁବକ ଯୁବତୀଙ୍କୁ ୩୫୦୦ଟଙ୍କା ଭତା , ଚାଷୀ ଙ୍କର ଝିଅ ବାହାଘର, ଗରିବ ପିଲାଙ୍କୁ ମାଗଣାରେ ପିଜି ପର୍ୟ୍ଯନ୍ତ ମାଗଣା ଶିକ୍ଷା , ୧୦୦୦ଟଙ୍କା ବୁଢ଼ା ବୁଢୀ ଭର୍ତା ବଢିବ, ଜଳସେଚନ ବ୍ଯବସ୍ଥା ତ୍ବରାନ୍ବିତ ହେବ ଓ ପ୍ରେତ୍ୟକ ପରିବାର କୁ ସୁନିଶ୍ଚିତ ରୋଜଗାର କଂଗ୍ରେସ ସରକାର କୁ ଆସିଲେ ପ୍ରଦାନ କରାଯିବ ବୋଲି କହିଲେ। ସୌରଭ ଚନ୍ଦ୍ରକାର ଧନ୍ଯବାଦ ଅର୍ପଣ କରିଥିଲେ। ପରେ ସମରସିଂ ର ପଞ୍ଚାୟତ କର୍ମୀ ମାନେ ଯୁବନେତା ରବି ମଂଗରାଜ କୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି କରିବା ପାଇଁ ଏକ ଦାବୀପତ୍ର ଶ୍ରୀ ପାଢ଼ୀଙ୍କୁ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମରେ ୩୦୦ଶହରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲ ହୋଇଥିବା ବେଳେ ନାଥୁରାମ ମାଝି, ଚମ୍ପା ମାଝୀ, ଦୁରେନ୍ଦ୍ର ରଣା, ଜଗତ ବାଗ, ଚୁଡାମଣି ମାଝି, ମୁନ୍ନା ଦେଓ୍ବାଂଗନ, ବାଲେଶ୍ୱର ସାହୁ, ଲାଲ ସିଂ ରଣା, ଗୋଲି ତିଓ୍ୱାରୀ, ସନ୍ନି ସାହୁ, ପ୍ରେମ ତାଣ୍ଡି, ଅଲେଖ ଜଗତ, ସନ୍ତୋଷ ଜଗତ, ବିଷ୍ଣୁ ଧରୁଆ, ରାଜକୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.