ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓ କନ୍ଦରପୁର ସରସ୍ଵତୀ କଳା ପରିଷଦ ଆନୁକୁଲ୍ୟରେ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି ବୈଠକ

କଟକ, (ଚକ୍ରବର୍ତ୍ତୀ ଓତା): ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡିଶା(ବିସିଟି) ଆନୁକୁଲ୍ୟରେ ଓ କନ୍ଦରପୁର ସରସ୍ଵତୀ କଳା ପରିଷଦ ପରିଚାଳନାରେ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର (ଜୀବନ ସ୍ରଷ୍ଟା କାର୍ଯ୍ୟକ୍ରମ) ପାଇଁ ଏକ ପ୍ରସ୍ତୁତି ବୈଠକ ପରିଷଦର କଳାବିହାର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ପ୍ରଦୀପ୍ତ ମହାଳି, ଅଭିରାମ ସାହୁ, ଗୁରୁ ଅକ୍ଷୟ ଓଝା, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ବିସିଟି ରକ୍ତଦାନ ଶିବିରର କଟକ ଜିଲ୍ଲା ପ୍ରଭାରୀ ସୁରଜ୍ ବେହେରା, ଇଂ. ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ୍ ସାହୁ,ପପିନା ବେହେରା,ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ଏବଂ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ମହତ୍ ସେବା କାର୍ଯ୍ୟକୁ ସଫଳ କରିବାକୁ ଉଭୟ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.