ରାଜେଶ ବେନିଆ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୋଷ

● ୧୨ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସଙ୍କୁ ପ୍ରତିଶୃତି ଦେଲେ ଏସଡିପିଓ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗ୍ରାମର ରାଜେଶ ବେନିଆ ମୃତ୍ୟୁ ମାମଲାରେ ରାୟଗଡା ଥାନା ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଏକ ବଡ ଷଡଯନ୍ତ୍ର କରି ରାଜେଶକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ ମଧ୍ୟ ଘଟଣାକୁ ନେଇ ୧୫ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମୃତ ରାଜେଶଙ୍କ ପରିବାରକୁ ନ୍ୟାୟ ଦାବିରେ ହଲୁଆ, କଡିଙ୍ଗଗୁଡା, ଗୁମ୍ମା, ପାଲସିନିମା, କୁମ୍ଭିକୋଟା ଆଦି ଗ୍ରାମରୁ ଶତାଧିକ ଲୋକେ ରାୟଗଡା ଥାନାକୁ ଆସି ଏସଡିପିଓ ଦିବ୍ୟଜ୍ୟୋତି ଦାସ ଏବଂ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ସହ ଆଲୋଚନା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

Omkar Vasthu
Omkar Vasthu


ତେବେ ତଦନ୍ତ ଜାରି ରହିଛି ଏବଂ ଆସନ୍ତା ୧୨ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ଦାସ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଯଦି ୧୨ଦିନ ମଧ୍ୟରେ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହାହେଲେ ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ପ୍ରକାଶ ଥାଉ କି,ଗତ ଅଗଷ୍ଟ ମାସ ୧୩ ତାରିଖରେ ରାଜେଶ ବେନିଆର ସ୍ତ୍ରୀକୁ କୁମ୍ଭିକୋଟା ଗ୍ରାମର ମଙ୍ଗରାଜ କସ୍ଳା ନାମକ ଏକ ଯୁବକ ନିଜ ସାଥିରେ ନେଇ ଚାଲିଯାଇଥିଲା । ବହୁ ଖୋଜାଖୋଜି ପରେ କୁମ୍ଭିକୋଟା ଗ୍ରାମର ମଙ୍ଗରାଜ ତାଙ୍କ ସ୍ତ୍ରୀକୁ ନେଇ ଯାଇଥିବା ଖବର ପାଇ ରାଜେଶ ଅଗଷ୍ଟ ୧୯ ତାରିଖରେ ରାୟଗଡା ଥାନାରେ ଏକ ଅପହରଣ ମାମଲା ଦାୟର କରିଥିଲେ । ରାୟଗଡା ଥାନା ପୋଲିସ ପକ୍ଷରୁ ରାଜେଶଙ୍କ ସ୍ତ୍ରୀକୁ ଖୋଜାଖୋଜି ପାଇଁ ତଦନ୍ତ ଜାରି ରହିଥିଲା । ତେବେ ଇତି ମଧ୍ୟରେ ମଙ୍ଗରାଜଙ୍କ ସହ ରାଜେଶଙ୍କ ଶାଶୁ ଶଶ୍ୱୁର ଓ ଅନ୍ୟମାନେ ଆଉ ତା’ସ୍ତ୍ରୀକୁ ଖୋଜାଖୋଜି ନ କରିବା ପାଇଁ ଗାଁକୁ ଆସି ରାଜେଶକୁ ଜୀବନରେ ମାରିଦେବାର ଧମକଚମକ ଦେଇଥିବା ପରିବାର ଲୋକେ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାର ଅଳ୍ପ ଦିନ ମଧ୍ୟରେ କୋଡିଙ୍ଗଗୁଡା ଓ କୋଡାପାଡି ଗ୍ରାମ ରାସ୍ତା ମଧ୍ୟରେ ଗତ ସେପ୍ଟେମର ୬ ତାରିଖ ରାତ୍ର ସମୟରେ ରାଜେଶର ମୃତ ଦେହକୁ ପୋଲିସ ଉଦ୍ଧାର କରିଥିଲା । ଘଟଣାକୁ ନେଇ ପରିବାର ଲୋକଙ୍କ ଅଭିଯୋଗ ଏବଂ ରାଜେଶକୁ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ମଙ୍ଗରାଜ ସମେତ ଅନ୍ୟମାନଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ଜେରା କରୁଥିବା ବେଳେ ଘଟଣାକୁ ୧୫ଦିନରୁ ଉର୍ଦ୍ଧ ସୟମ ବିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କୁ କାହିଁକି ଦଣ୍ଡ ଦିଆ ଯାଉନାହିଁ ବୋଲିି ଗ୍ରାମର ଗୋପାଳ ଚେନିଆ, ଚୈତନ୍ୟ ବେନିଆ, ଭରତ ବେନିଆ, ଭୂଷଣ , ରେବତୀ ବେନିଆ, ଉଲ୍ଳାସ ବେନିଆ, ବଳଦେବ ବିଡିକା, ଧାର୍ମା କାଡ୍ରକା, ସୋମନାଥ ହୁଇକା, ଡୁମ୍ବୁରି ବିଡିକା ପ୍ରମୁଖ ରାୟଗଡା ଥାନାରେ ଏସଡିପିଓ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ମୃତ ରାଜେଶଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.