ଡିଏଲଏସଏ ପକ୍ଷରୁ ସାଇବର ଆଇନ ଉପରେ ସଚେତନତା ଶିବିର

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ରାୟଗଡା ପକ୍ଷରୁ ଅନଲାଇନ ମାଧ୍ୟମରେ ସାଇବର ଆଇନ ସମ୍ବନ୍ଧୀତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଏଲଏସଏ’ର ଅଧ୍ୟକ୍ଷ ତଥା ଜିଲ୍ଳା ଦୈାରା ଜଜ୍ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦିଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଡ୍ ହକ୍ ଅତିରିକ୍ତ ଜିଲ୍ଳା ଦୈାରା ଜଜ୍ (ଫାଷ୍ଟ୍ ଟ୍ରାକ୍‌)ଗଣେଶ୍ୱର ପତି, ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଂଜନ ଦାସ, ରେଜିଷ୍ଟ୍ରାର ଶ୍ରୀମତି ପ୍ରତିମା ପାତ୍ର,ବିରଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା,ଅନୁ ବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଗୁରୁଚରଣ ଜେନାମଣି, ଡିଏସପି ସୁରେନ୍ଦ୍ର ନାଥ ମୁର୍ମୁ, ସାଇବର ଏକ୍ସପର୍ଟ କିରଣ ପାତ୍ର, ବିଭିନ୍ନ ପୋଲିସ ଅଧିକାରୀ, ପେନାଲ ଲଏର, ପାରା ଲିଗାଲ ଭଲ୍ୟୁଂଟର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂପ୍ରତି ସମାଜରେ ସାଇବର ସମ୍ବନ୍ଧୀତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସଚେତନତା ମାଧ୍ୟମରେ ଏହି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସାଇବର ଅପରାଧ ପାଇଁ ଆବଶ୍ୟକ ସତର୍କତା ଏବଂ ଆଇନରେ ଉଲ୍ଳେଖିତ ଧାରା ଓ ନିୟମ ଆଦି ସଂପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.