ନୂଆପଡା,୨୫/୨: ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଫେବୃଆରୀରେ ନୂଆପଡା ଗସ୍ତକରି ମିସନ ଶକ୍ତି, କାଳିଆ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରିବାସହ ୩୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୨୩ଟି ଉଦଘାଟନୀ ପ୍ରକଳ୍ପର ଅଟକଳ ବ୍ୟୟ ୧୩୨ କୋଟି ୩୨ ଲକ୍ଷ ୮୭ ହଜାର ଥିବାବେଳେ ୧୬ଟି ଶିଳାନ୍ୟାସ ପ୍ରକଳ୍ପର ବ୍ୟୟ ୧୦୫ କୋଟି ୨ ଲକ୍ଷ ଏପରି ମୋଟ ୨୩୭ କୋଟି ଟଙ୍କାର ପ୍ରକଳ୍ପ ରହିଛି । ଏଥିରେ ପୂର୍ତ ଓ ଗୃହ ନିର୍ମାଣ ବିଭାଗ, ଶକ୍ତି ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପର୍ଯ୍ୟଟନ ପ୍ରକଳ୍ପ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା, ଜଳ ସେଚନ ବିଭାଗ ଆଦିର ସଂପୃକ୍ତି ରହିଛି । ଏଥି ନିମନ୍ତେ ଆୟୋଜିତ ସଭାରେ ମିସନ ଶକ୍ତି, କାଳିଆ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାର ହିତାଧିକାରୀ ମାନେ ମଞ୍ଚାସୀନ ରହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ବିଷୟରେ ମୂଖ୍ୟମନ୍ତ୍ରୀ ଉପସ୍ଥିତ ବିଶାଳ ଜନ ସମୁଦାୟଙ୍କୁ ଅବଗତ କରାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରା ଯାଇ ଥିଲା । ହେଲିକେପ୍ଟର ଯୋଗେ ଗୋତମା ଉଡ଼ାଜାହାଜ ପଡିଆ ରେ ଅବତରଣ କରି ନିକଟସ୍ଥ ଏକ ପଡିଆ ରେ ଅଭିଭାଷଣ ଦେଇଥିଲେ ମୂଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ସେ ମିଶନ ଶକ୍ତି ଓ କାଳିଆ ଯୋଜନା ହିତାଧିକାରୀଙ୍କୁ ସହାୟତା ଓ ନିର୍ମାଣ ଶ୍ରମିକ ଯୋଜନା ହିତାଧିକାରୀ ଙ୍କୁ ସାଇକେଲ ବଣ୍ଟନ କରି ଥିଲେ । ନୂଆପଡା ଜିଲ୍ଲା ବାସୀଙ୍କୁ ୩୯ ଟି ପ୍ରକଳ୍ପ ଭେଟି ଦେଇଛନ୍ତି ମୂଖ୍ୟମନ୍ତ୍ରୀ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ରେ ୧୨ଟି ଶିଳାନ୍ୟାସ ପ୍ରକଳ୍ପର ଅଟକଳ ୬୮୬୯.୬୯ କୋଟି ଓ ଉଦଘାଟନୀ ପ୍ରକଳ୍ପ ର ଅଟକଳ ୧୦୬.୫୩ କୋଟି, ଶକ୍ତି ବିଭାଗ ର ୨ ଟି ଉଦଘାଟନୀ ପ୍ରକଳ୍ପ ର ୭.୯୧ କୋଟି, ଅନୁସୁଚିତ ଜାତି ଓ ଜନ ଜାତିର ଉର୍ନ୍ନୟନ ପାଇଁ ୧୧ଟି ଉଦଘାଟନୀ ପ୍ରକଳ୍ପ ର ୬.୦୫ କୋଟି, ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ର ଶିଳାନ୍ୟାସ ପ୍ରକଳ୍ପ ର ୮୧.୨୫ ଲକ୍ଷ ଓ ଉଦ୍ଘାଟନୀ ପ୍ରକଳ୍ପ ର ୭.୮ କୋଟି, ଗୋଟିଏ ପର୍ଯ୍ୟଟନ ପ୍ରକଳ୍ପ ର ୯୯.୮୩ ଲକ୍ଷ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା ଗୋଟିଏ ଶିଳାନ୍ୟାସ ପାଇଁ ୧୩.୨୮କୋଟି ଓ ଗୋଟିଏ ଉଦ୍ଘାଟନୀ ପ୍ରକଳ୍ପ ପାଇଁ ୪.୦୩କୋଟି, କ୍ଷୁଦ୍ର ପ୍ରକଳ୍ପ ଜଳ ସେଚନ ବିଭାଗ ପାଇଁ ୨୧.୯୪ କୋଟି ଟଙ୍କା ର ବ୍ୟୟ ବରଦା ହୋଇ ଥିଲା ।
ନୂଆପଡା ଜିଲ୍ଲାପାଳ ଡା. ପୋମା ଟୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀ ମାନେ ମଞ୍ଚାସୀନ ଥିଲେ ।
ବିଭୂଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲାର ସମସ୍ତ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ୪୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ସଭା ରେ ଯୋଗ ଦେଇ ଥିଲେ ।
ନୂଆପଡାର ସମସ୍ତ ବିଭାଗର କାର୍ଯ୍ୟ ନିର୍ବାହ ଅଧିକାରୀ, ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ । ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ (ଭୈରବ ସାହୁ ), ରାଜ୍ୟ ସାଧାରଣ ସମ୍ପାଦକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସ୍ୱତନ୍ତ୍ର ବିଶେଷଜ୍ଞ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ମାଝୀ ପ୍ରମୁଖ ଉପସ୍ଥିତ ଉପସ୍ଥିତ ରହିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପରମାରଙ୍କ ତତ୍ୱାବଧାନରେ ଆଇନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି ଭାବେ ପରିଚାଳିତ ହେଉ ଥିଲା ।