ହସ୍ପିଟାଲ ଛାତରୁ ଗଳି ପଡ଼ିଲା ସ୍ଲାବ୍, ଅଳ୍ପକେ ବର୍ତ୍ତିଲେ ଡାକ୍ତର ଓ କର୍ମଚାରୀ

ଲାଞ୍ଜିଗଡ଼: ଭଙ୍ଗା ଦଦରା ତଥା ଦୀର୍ଘ ଦିନର ପୁରୁଣା କୋଠାକୁ ମରାମତି କରି ଚାଲିଥିଲା ହସ୍ପିଟାଲ, ନିୟମିତ ଚାଲିଥିଲା ରୋଗୀ ଦେଖା। ତେବେ ଆଜି ରୋଗୀ ଦେଖା ଚାଲିଥିବାବେଳେ ହଠାତ୍ ଛାତ ଉପରୁ ଗଳି ପଡ଼ିଥିଲା ସ୍ଲାବ୍। ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ଭିଡ଼ ଥିବାବେଳେ ଖଣ୍ଡଖଣ୍ଡ ହୋଇ ସ୍ଲାବ ଖଣ୍ଡ ଖସି ପଡ଼ିବା ଦେଖି ବାହାରକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନାନୁଯାୟୀ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଦିନ ୧୧.୩୦ ସମୟରେ ଡାକ୍ତର ରୋଗୀ ଦେଖୁଥିବା ସମୟରେ ହଠାତ୍ ହସ୍ପିଟାଲ କୋଠରୀର ଛାତ ଉପରୁ ସ୍ଲାବ ଖସି ପଡ଼ିଥିଲା ଛାତରୁ ସ୍ଲାବ ଓ ପ୍ଲାଷ୍ଟର ଖସିବା ଦେଖି ଡାକ୍ତର, କର୍ମଚାରୀ ଓ ରୋଗୀ ଭୟରେ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଦୀର୍ଘ ବର୍ଷ ହେଲା ଭଙ୍ଗାଦଦରା ଘରେ ହସ୍ପିଟାଲ ଚାଲିଥିବାବେଳେ ଏଇ ନିକଟରେ ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଭବ୍ୟ କୋଠାଘର ନିର୍ମାଣ ସରିଛି ତେବେ ପ୍ରାୟ ବର୍ଷେ ହେଲା ଏହା ନିର୍ମାଣ ଶେଷ ହୋଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ ଫଳରେ ବାଧ୍ୟ ବାଧକତାରେ ପୁରୁଣା କୋଠାରେ ରୋଗୀ ଦେଖା ଚାଲିଛି। ପୁରୁଣା କୋଠା ବହୁଦିନ ହେଲା ଶୋଚନୀୟ ଓ ବିପଦସଂକୁଳ ଅବସ୍ଥାରେ ସୁଦ୍ଧା ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ପଦସ୍ତ ଅଧିକାରୀମାନଙ୍କ ନଜର ପଡ଼ୁନାହିଁ। ତେବେ ଆଜିର ଅଘଟଣ ଘଟିବା ପରେ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିବା ସହିତ ସ୍ବାସ୍ଥ୍ୟ ବିଭାଗର ଅଦୂରଦର୍ଶୀତାକୁ ସମାଲୋଚନା କରିଛନ୍ତି। ଏପରିକି ଯୁବସମାଜସେବୀ ସୁଶୀଲ କୁମାର ବାଗ ଅଘଟଣ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ବିଟ କରି ଅଭିଯୋଗ କରିଛନ୍ତି।

Udyog Nursery
Udyogi Nursery

ସେହିପରି ଘଟଣା ଘଟିବା ପରେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ଟଙ୍କଧର ମାଝୀଙ୍କ ସହ ଦୁଇ ସମାଜସେବୀ ଦୁଃଖିଶ୍ୟାମ ନାଗ (ନିଲେଶ), ଗୋପାଳ ଦାସ ମହାନନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଏ ସଂପର୍କରେ ମେଡ଼ିକାଲ ଅଫିସର ଡ଼ାଃ ଭବାନୀଶଙ୍କର ଲେଙ୍କାଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ପରେ ସେ ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ଏହାସହିତ ନବନିର୍ମିତ ହସ୍ପିଟାଲ ଗୃହକୁ ତୁରନ୍ତ ହସ୍ତାନ୍ତର ପାଇଁ ସେ ଉପରିସ୍ତ ଅଧିକାରୀଙ୍କୁ ଜଣାଇ ଦେଇଥିବା ଜଣାପଡିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.