ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିରରେ ଚୈତ୍ର ପର୍ବ ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଚଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଛି । ଚୈତ୍ର ଶୁକ୍ଳପକ୍ଷ ସପ୍ତମୀରୁ ତ୍ରିଦିନାତ୍ମକ ସ୍ୱତନ୍ତ୍ର ପଞ୍ଚମକାର ପୂଜାର୍ଚ୍ଚନା ପୂଜା ସହ ନବମୀ ତିଥିରେ ଏକ ଦିବସିୟ ଚଣ୍ଡି ଯଜ୍ଞ ଆୟୋଜିତ ହୋଇଥିଲା । ଚଣ୍ଡି ଯଜ୍ଞରେ ବ୍ରହ୍ମା ଦାୟିତ୍ବ ଶରତ କୁମାର ମିଶ୍ର ତୁଲାଇ ଥିବାବେଳେ, ସନ୍ତୋଷ ରଥ ଆଚାର୍ଯ୍ୟ, ଚନ୍ଦ୍ର ଶେଖର ଆଚାର୍ଯ୍ୟ ପୁସ୍ତକାଚାର୍ଯ୍ୟ, ଶ୍ରୀଧର ତ୍ରିପାଠୀ ଚଣ୍ଡି ପାଠ, ସତ୍ୟନାରାୟଣ ମହାପାତ୍ର ଶିବ ସହସ୍ରନାମ, ବିଭୁତି ଭୂଷଣ ମହାପାତ୍ର ସିଦ୍ଧ ବିନାୟକ ଓ ତପନ ରଥ ବିଷ୍ଣୁ ସହସ୍ରନାମ ଦାୟିତ୍ୱ ତୁଲାଇ ଥିଲେ । ଶରତ ଚନ୍ଦ୍ର ମହାପାତ୍ର ସସ୍ତ୍ରୀକ ଯଜ୍ଞର କର୍ତ୍ତା ହୋଇଥିଲେ । ପୂଜକ ପ୍ରଭାକର ତ୍ରିପାଠୀ ଓ ପୂଜାରୀ ଉତ୍ତମ ଚନ୍ଦ୍ର ତ୍ରିପାଠୀ ମନ୍ଦିରରେ ତ୍ରିଦିନାତ୍ମକ ସ୍ୱତନ୍ତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଚଣ୍ଡି ଯଜ୍ଞ ଉପଲକ୍ଷେ ମନ୍ଦିରରେ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ନିଶୁଳ୍କ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଚଣ୍ଡି ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ରଞ୍ଜନ କୁମାର ରଥ, ରାଜେନ୍ଦ୍ର ଷଡଙ୍ଗୀ, ରମେଶ ସାହୁ ପ୍ରମୁଖ ଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ ।