ତାଡ଼ିସରୁବାଇ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗୌରବ ତଥା ତାଡ଼ିସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଜ୍ଵର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡ଼ା ସ୍ଥିତ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଉତ୍ତମ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତର ଟିମ୍ ଚିକିତ୍ସା କରୁଛନ୍ତି । ତାଙ୍କୁ ସମସ୍ତ ପ୍ରକାର ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ଡ଼ ବିଶ୍ୱାଳ କହିଛନ୍ତି । ୭୮ ବର୍ଷ ବୟସ୍କା ପୂର୍ଣ୍ଣମାସୀଙ୍କ ସ୍ବାସ୍ଥ୍ୟ ଖରାପ ଶୁଣି ତାଙ୍କ ଅନୁଗାମୀ ଚିନ୍ତିତ ହୋଇଛନ୍ତି । ଖଜୁରୀପଡ଼ା ସମେତ କନ୍ଧମାଳ ଜିଲ୍ଲାର ଜନସାଧାରଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବର୍ତ୍ତମାନ ପୂର୍ଣ୍ଣମାସୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିବା ଡାକ୍ତର ଖାନା ସୂତ୍ରରୁ ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.