ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିଜର ମାଲିକାନା ଜାହିର କରିବାକୁ ନେଇ ଆଜି ଦୁଇଟି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଛଅରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଖର୍କଚୁଆଁ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରିବା ସହିତ ନିଜ ନିଜର ମାଲିକାନା ଜାହିର କରିବାକୁ ନେଇ ଲାଖବାହାଲି ଗ୍ରାମପଞ୍ଚାୟତର ଥୁଆଙ୍ଗପଦର ଏବଂ ବିଜେପୁର ଗ୍ରାମପଞ୍ଚାୟତର ସିନ୍ଧିଭଟା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଗାଁର ଲୋକେ ଆଜି ଏଇ ବିବାଦୀୟ ସ୍ଥାନ ନିଜ ଅକ୍ତିଆରକୁ ନେବା ଉଦ୍ଦେଶ୍ୟରେ ଠୂଳ ହୋଇଥିବାବେଳେ ଉଭୟପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଠେଙ୍ଗା, ବାଡ଼ି, ଦାଆ କଟୁରୀ ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିବାରୁ ଏଥିରେ ଛଅଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି । ଏନେଇ ବିଜେପୁର ଥାନାରେ କେସ୍ ନଂ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳ ପରିଦର୍ଶନ କରି ଉଭୟପକ୍ଷଙ୍କୁ ଶାନ୍ତିରକ୍ଷା ପାଇଁ ଅପିଲ୍ କରିଛନ୍ତି । ବର୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଚାଲିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.