ମୋ କବି ପ୍ରତିଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ କବିତା ପାଠ ଓ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ରଥଯାତ୍ରା ଉପଲକ୍ଷେ ‘ଶ୍ରୀଜଗନ୍ନାଥଙ୍କୁ ନେଇ ‘ମୋ କବି ପ୍ରତିଭା, ଓଡ଼ିଶା’ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ଯମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲାରୁ କବି ନିତ୍ୟାନନ୍ଦ ଖମାରୀ, ମୁଖ୍ୟ ବକ୍ତା ଭାବେ ବୌଦ୍ଧ ଜିଲ୍ଲାରୁ କବି ନିବଶ ନାୟକ, ବକ୍ତା ଭାବେ ଗଞ୍ଜାମ ଜିଲ୍ଲାରୁ କବି ଶ୍ରୀନିବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠାନର ସହ ସମ୍ପାଦକ ପରମା ନାଏକ ଆସରକୁ ପରିଚାଳନା କରିବାସହ ପ୍ରାରମ୍ଭରେ ମଙ୍ଗଳା ଚରଣ ଗାନ କରିଥିଲେ ।‌ ଅନୁଷ୍ଠାନର ସଭାପତି ଚିତ୍ରସେନ ମହାରଣା, ସମ୍ପାଦକ ନିବାଶ ନାୟକ, ସହ ସମ୍ପାଦକ ପରମା ନାଏକ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.