ଉଦ୍ଧାର ହୋଇ ମିଶନ ଚ୍ୟାରିଟିରେ ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରରେ ଜଣେ ୪୦ ବର୍ଷୀୟା ମାନସିକ ବିକାର ଗ୍ରସ୍ତ ମହିଳା ଏଣେତେଣେ ବୁଲୁଥିବା ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଖାଇବା ପିଇବାର ବନ୍ଦୋବସ୍ତ କରିଥିଲେ। ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଦନଜିତ ହୋତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଥଇଥାନ କରିବା ପାଇଁ ଆଲୋଚନା କରିଥିଲେ। ତାଙ୍କୁ ଭବାନୀପାଟଣା ସ୍ଥିତ ୱାନ ଷ୍ଟପ ସେଣ୍ଟରରେ ବିନିତା ଦାସଙ୍କ ସହଯୋଗରେ ଗୋଟିଏ ରାତ୍ରି ପାଇଁ ରଖା ଯାଇଥିଲା। ଆଜି ଏହି ଖବର ପାଇଁ ସମାଜସେବୀ ଯଶୋବନ୍ତ ରଣାଙ୍କ ସହଯୋଗରେ ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚ୍ୟାରିଟିରେ ନେଇ ଥଇଥାନ କରାଯାଇଛି। ଉକ୍ତ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହେବା ପ୍ରଯ୍ୟନ୍ତ ମିଶନ ଚ୍ୟାରିଟିରେ ରହିବେ। ଆଜିର ଏହି ଉଦ୍ଧାର କାର୍ଯ୍ୟରେ ଅରୁଣ ମହାପତ୍ର, ଯଶୋବନ୍ତ ରଣା, ବିନୀତ ଦାସ, ପ୍ରତାପ ସାହୁ, ଧରୁଣୀ ଗୌଡ଼ ପ୍ରମୁଖ ସହଯୋଗ କରି ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚ୍ୟାରିଟିକୁ ନେଇ ଥଇଥାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.