କଳାହାଣ୍ଡି ଲୋକସଭା ଆସନର ପ୍ରଥମ ସାଂସଦ ଗିରିଧାରୀ ଭୋଇଙ୍କ ଜ୍ୟୋଷ୍ଠ ପୌତ୍ରଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ପ୍ରଥମ ଲୋକସଭା ସାଂସଦ ଗିରିଧାରୀ ଭୋଇଙ୍କ ଜ୍ୟୋଷ୍ଠ ନାତି ପ୍ରଫୁଲ୍ଲ କୁମାର ଭୋଇଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ଶଯ୍ୟାଶାୟୀ ହୋଇ ରହିବା ପରେ ଆଜି ନର୍ଲା ବ୍ଲକ ଚିଆଁପଦର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର, ବଧୁ, ନାତି ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ସ୍ୱର୍ଗତ ପ୍ରଫୁଲ୍ଲ ଭୋଇ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିବା ପରେ ସମାଜସେବାରେ ମନୋନିବେଶ କରିଥିଲେ। ସେ ଜଣେ ମେଳାପୀ, ସୁ ସଂଗଠକ, କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀ ଥିଲେ। ୪୦ବର୍ଷ ତଳେ ତାଙ୍କ ଗାଁରେ ସେ ଏକ କ୍ରିକେଟ ଟିମ ଗଢିଥିଲେ। ଏହାସହ ଗ୍ରାମାଞ୍ଚଳରେ କ୍ରିଡାର ବିକାଶ ପାଇଁ ସେ ଉଦ୍ୟମରତ ଥିଲେ। କଳାହାଣ୍ଡି – ବଲାଙ୍ଗୀର ଲୋକସଭା ଆସନର ପ୍ରଥମ ସାଂସଦ ସ୍ବର୍ଗତ ଗିରିଧାରୀ ଭୋଇଙ୍କ ଦାୟାଦ ଭାବରେ ସେ ଅଞ୍ଚଳର ଜନ ମାନସରେ ସମ୍ମାନସ୍ପଦ ଆସନ ଅଳଙ୍କୃତ କରିଥିଲେ। ତାଙ୍କ ବିୟୋଗରେ ଆଦିସ୍କନ୍ଦ ସମାଜ, ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ, ଓଡ଼ିଆ ବାର୍ତ୍ତା ପରିବାର, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ନର୍ଲା ଏପିପି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଶିକ୍ଷାବିତ କ୍ଷୀତିଶ ଚନ୍ଦ୍ର ମାଝୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦର, ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ପ୍ରମୁଖଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଶୋକ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.