ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଜୟପାଟଣା ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର, ଜୟପାଟଣା ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏଥିରେ ଜୟପାଟଣା ବ୍ଳକ ବିଜୁ ଜନତା ଦଳ ସଭାପତି ମିନକେତନ ପୁଝାରୀ, ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ଅଗ୍ରୱାଲ, ଜୟପାଟଣା ବ୍ଲକ ବିଜେଡି ଯୁବ ଜନତା ଦଳ ସଭାପତି ଦିଲିପ ରାଉତ, ବିଜୁ ଛାତ୍ର ଜନତା ଦଳ ସଭାପତି ଅମ୍ବୂଜ ଧଙ୍ଗଡା ମାଝୀ, ଜୟପାଟଣା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, ଲାବାଣ୍ୟ ବାଣୁଆ, ଚୁଡ଼ାମଣି ନାଏକ, ଧ୍ରୁବ ଚରଣ ସାହୁ, ଧନେଶ୍ଵର ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରମରେ ଜୟପାଟଣା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପୁଝାରୀ ରକ୍ତଦାନ କରିଥିବା ବେଳେ ଚୁଡ଼ାମଣି ନାଏକ, ଧ୍ରୁବ ଚରଣ ସାହୁ, ଲାବାଣ୍ୟ ବାଣୁଆ ଓ ଅନେକ ମହିଳା ମଧ୍ୟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ଭବାନୀପାଟଣା ରକ୍ତ ଭଣ୍ଡାରର କର୍ମକର୍ତ୍ତା ଉପସ୍ଥିତ ରହି ୧୦୦ ୟୁନିଟ ରକ୍ତ ସଂଗୃହୀତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.