ଓଏଏସରେ ସଫଳ ହୋଇଥିବା ଅନୁପମ ଆଚାର୍ଯ୍ୟଙ୍କୁ ବିବେକସେନା ତରଫରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ରାଜେନ୍ଦ୍ର ଆଚାର୍ଯ୍ୟ ଓ ପୁଷ୍ପାଞ୍ଜଳି ଆଚାର୍ଯ୍ୟଙ୍କ ସୁପୁତ୍ର ଅନୁପମ ଆଚାର୍ଯ୍ୟ ଓଡ଼ିଶା ସିଭିଲ୍ ସର୍ଭିସରେ ୩୭ ତମ ରାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଅଂଚଳ ତଥା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ତେଣୁ କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଏହି ବିଶାଳ ସଫଳତା ପାଇଁ ଅନୁପମ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ବିବେକସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅନୁପମ ଆଚାର୍ଯ୍ୟଙ୍କ ଏମ.ରାମପୁର ସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା କରିଥିବା ସହ କଠୋର ପରିଶ୍ରମ ଓ ନିଷ୍ଠା ହେଉଛି ସଫଳତାର ଚାବିକାଠି ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ଉକ୍ତ ସାକ୍ଷାତ ସମୟରେ କବି ସୁଶାନ୍ତ ମିଶ୍ର, ରାଜେନ୍ଦ୍ର ଧଙ୍ଗଡ଼ାମାଝୀ, ସସ୍ମିତା ମଞ୍ଜରୀ ଧଙ୍ଗଡ଼ାମାଝୀ, ସୁଶାନ୍ତ ନାଏକ, ଧନସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.