ଉଳିକୁପା ପଂଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

୩୨୩ ଜଣ ଅଭିଯୋଗ କାରୀ ତାଲିକା ଭୁକ୍ତ

୯୨ ଜଣଙ୍କୁ କୋଭିଡ ଟୀକା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ ନିବାସିନୀ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ଟାଟା ପାୱାର ନର୍ଲା ଏସଡ଼ିଓ କମଲେଶ ଦାସ, ନର୍ଲା ବି.ପି.ଏମ ସବୀର ପଧାନ, ଏମଆଇ ସୌମ୍ୟ ରଞ୍ଜନ ମାଝୀ, ଯୋଗାଣ ବିଭାଗ ଅଧିକାରୀ, ଓଏଲଏମ କର୍ମଚାରୀ ପ୍ରଭାସିନୀ ଏକ୍କା, ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରୀ, ଉଲିକୁପା ଜନ ସାଧାରଣ, ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଲିକୁପା ସରପଞ୍ଚ ଦୀପଞ୍ଜଳୀ ଶବରଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ଶ୍ରୀମତୀ ଶବର, ସମିତି ସଦସ୍ୟା ନିଳାନ୍ଦ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଶିବିର ଟି ଅନୁଷ୍ଠିତ ହୋଇଥିଲା । ଏଥିରେ କୋଭିଡ ଟିକା ପ୍ରିକୋସନ ଡୋଜ ମଧ୍ୟ ୯୨ ଜଣଙ୍କୁ ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

ଏହି ଅଭିଯୋଗ ଶୁଣାଣୀ ଶିବିରରେ ୩୨୩ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା । ଉଲିକୁପାରେ ପ୍ରଥମ କରି ଯୁଗ୍ମ ଅଭିଯୋଗ ଶୁଣାଣି ହେଉ ଥିବାରୁ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.