ବାପୁଜୀ କ୍ଲଷ୍ଟର ପକ୍ଷରୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାପୁଜୀ କ୍ଲଷ୍ଟର ଭବାନୀପାଟଣା ତରଫରୁ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେ ମୁଖ୍ୟ ଅତିଥି, ବ୍ରଜମୋହନ ଉଚ୍ଚ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ, ରାଧେଶ୍ଯାମ ଦାସ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ମଞ୍ଚାସୀନ ଥିଲେ ।ପ୍ରାରମ୍ଭିକ ସଙ୍ଗୀତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ପରିବେଷଣ କରିଥିଲେ । ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସିଆରସିସି ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ସୁନୀତା କୃପ୍ ମଞ୍ଚ ପରିଚାଳନା କରିଥିଲେ । ୧୩ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ୧୭ଟି ବିଭାଗର ପ୍ରତିଯୋଗିତା ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଉଦଯାପନୀ ଉତ୍ସବରେ ସହର ସରକାରୀ ଉଚ୍ଚ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ, ବାପୁଜୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଢଳଦେବ ମୁଣ୍ଡ, ଆଉଟ୍ ପୋଷ୍ଟ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣେଶ୍ବରୀ ବେଦବାକ୍, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରେଶ ଦାଶ, ପୁରୁଣା ପଡା ପ୍ରଧାନ ଶିକ୍ଷୟିତ୍ରୀ ଲୀନା ଦାସ, ଆର୍.ଇ.ଓ କଲୋନୀ ଉ.ପ୍ରା. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ମୁଣ୍ଡ, ଦୂରଦର୍ଶନ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ପାଣିଗ୍ରାହୀ, ନାଟ୍ୟକାର ପ୍ରଦୀପ ଧଙ୍ଗଡାମାଝୀ, ଭୀମସେନ ସାହୁ, ଲିପ୍ସା ବାରିକ, ଜ୍ୟୋତ୍ସା ପଟ୍ଟନାୟକ, ରାଧେଶ୍ଯାମ ଦାସ, ଦାମୋଦର ବେହେରା ମଞ୍ଚାସୀନ ଥିଲେ । ସିଆରସିସି ମଞ୍ଚ ପରିଚାଳନା ଓ ଧନ୍ଯବାଦ ଅର୍ପଣ କରିଥିବା ବେଳେ ସୁନୀତା କୃପ୍ କୃତି ଛାତ୍ର ଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ । ଜାତୀୟ ମେଧା ବୃତ୍ତି ଓ ଓ.ଏ.ଭି.ରେ ସ୍ଥାନ ଅଧିକାର କରିଥିବା କ୍ଳଷ୍ଟରର ସମସ୍ତ ଛାତ୍ର ଛାତ୍ରୀଙ୍କୁ ପୁରଷ୍କୃତ କରିବା ସହିତ ପ୍ରତ୍ୟେକ ବିଦ୍ୟାଳୟର ପାଠାଗାର ନିମିତ୍ତ ସିଆରସିସି ମିନତି କୁମାରୀଙ୍କ ସ୍ୱରଚିତ ପୁସ୍ତକ ସର୍ବାକ୍ଷରେ… ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ଲତା ଖାଡଙ୍ଗା, ଜ୍ୟୋତ୍ସା ମିଶ୍ର, ଅନୁପମା ମୁଦୁଲି, ସରୋଜିନୀ କୁମାର, ପ୍ରଧାନ ଶିକ୍ଷକ ସୁଶୀଲ ପ୍ରଧାନ ସହ ସମସ୍ତ ସହ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସତ୍ୟ ନାରାୟଣ ନାୟକ, ସୁରଭିବାଳା ଦେବୀ, ମଙ୍ଗୁଳୁ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ମୁରଲୀ ଦୀପ, ଦୁଷ୍ମନ୍ତ ସାହୁ, ଗୀତାଞ୍ଜଳୀ ମଣ୍ଡଳ, ସ୍ୱାଧୀନା ଧଳଙ୍କ ସହିତ ରୋଷେଇଆ ମା’ମାନେ ଓ ଏହି କ୍ଳଷ୍ଟରର ସହଶିକ୍ଷୟିତ୍ରୀଗଣ ବିଶେଷ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.