ଅକ୍ଟୋବର ୨୬ ରୁ ୨୯ ପର୍ଯ୍ୟନ୍ତ ହେବ କୁଶୁଳାପୁଞ୍ଜା ଡଙ୍ଗର ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ ରାମପୁରର ଗୌଡ଼ କର୍ଲାଖୁଣ୍ଟା ଠାରେ ଆସନ୍ତା ୨୬ ତାରିଖ ରୁ ୨୯ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ଅକ୍ଟୋବର ମାସ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିବସୀୟ ଗିରିଗୋବର୍ଦ୍ଧନ ପୂଜା ସହିତ ସାନ୍ଧ୍ୟକାଳୀନ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ପୌରହିତ୍ୟରେ ୨୬ତାରିଖ ଦିନ ଉଦଘାଟନ କରାଯିବ। ଚାରି ଦିନ ବିଧି ପୂର୍ବକ ଗିରି ଗୋବର୍ଦ୍ଧନ ମହା ପ୍ରଭୁଙ୍କ ପୂଜା ଚାଲିବା ସହିତ ସାନ୍ଧ୍ୟକାଳୀନ ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିବସ ୨୬ ତାରିଖ ବୁଧବାର ଦିନ ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ଘୁମୁରା ଓ କନ୍ଧମାଳ ଜିଲ୍ଲା ବାଲିଗୁଡାର ଆଦିବାସୀ ଲୋକନୃତ୍ୟ ପରିବେଷଣ ହେବ।ରାଜ୍ୟସ୍ତରରେ ନିଜ ଅନନ୍ୟ ପ୍ରତିଭା ପାଇଁ ଜନ ମାନସରେ ସ୍ୱତନ୍ତ୍ର ଛାପ ଛାଡି ଥିବା ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ମାନପତ୍ର,ଟ୍ରଫି,ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯିବ। ଏହି ପ୍ରଥମ ଦିବାସୀୟ ସାନ୍ଧ୍ୟକାଳୀନ ସମ୍ବର୍ଦ୍ଧନା ସଭାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଦ୍ମଲୋଚନ ମିଶ୍ର ଯୋଗଦାନ କରୁଛନ୍ତି।ଯୁବ ନେତା ନୀଳ ମାଧବ ସିଂ ଦେଓ,ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ ଓ ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରୁଛନ୍ତି।ଏହି ଦିବସର ବିଶେଷ ଆକର୍ଷଣ ଡ୍ୟାନ୍ସ ଡ୍ୟାନ ଧମାକା ପ୍ରତିଯୋଗିତା ରହିଛି। କୃତିତ୍ୱ ଲାଭ କରିଥିବା ତିନି ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ନଗଦ ରାଶି ପୁରସ୍କାର ସହିତ ସମ୍ମାନିତ କରାଯିବ।ଦ୍ୱିତୀୟ ଦିବସ ୨୭ ତାରିଖ ଗୁରୁବାର ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ଘୁମୁରା ଓ ଭବାନୀପାଟଣାର ମିକ୍କୀ ଆଣ୍ଡ ଗ୍ରୁପଙ୍କ ଦ୍ଵାରା ବଜାସାଲ ନୃତ୍ୟ ପରିବେଷଣ କରାଯିବ।ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ମୁଖ୍ୟ ଆତିଥ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ,ବଲାଙ୍ଗୀର ଜିଲ୍ଲାର ମାନ୍ୟବର ପୂର୍ବତନ ଲୋକସଭା ସାଂସଦ ବାଳ ଗୋପାଳ ମିଶ୍ର, ଯୁବନେତା ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବେ। ଥୁଆମୂଳ ରାମପୁର ମା ମାନିକେଶ୍ୱରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ସତ୍ୟନାରାୟଣ ମୁଣ୍ଡଛିନ୍ନ। ମୁଖ୍ୟ ବକ୍ତାଭାବେ ଯୋଗଦାନ କରିବେ।ଏହି ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ରହିଛି ବିଶିଷ୍ଟ କଣ୍ଠଶିଳ୍ପୀ ଶାସ୍ବତ ତ୍ରିପାଠୀ ଓ ଶତୃଘନ ଲୁହାଙ୍କର ମ୍ୟୁଜିକାଲ ଗ୍ରୁପ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ।ତୃତୀୟ ଦିବସ ୨୮ ତାରିଖ ଦିନ ଲୋକନୃତ୍ୟ ଘୁମୁରା ପରିବେଷଣ ସହିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବଜାସାଲ ପରିବେଷଣ କରାଯିବ।ମାନ୍ୟବର ନର୍ଲା ବିଧାୟକ ଭୁପିନ୍ଦ୍ରର ସିଂ ଙ୍କର ମୁଖ୍ୟ ଆତିଥ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ,ମଦନପୁର ରାମପୁର ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ମ.ରାମପୁର ବିଡ଼ିଓ ବିନୟ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରୁଥିବାବେଳେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ଼.ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସମର୍ଦ୍ଧିତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଉତ୍ସାହିତ କରିବେ। ବରଗଡ଼ ଜିଲ୍ଲା ବରପାଲିର ଶ୍ରୀ ରାମେଶ୍ୱରୀ ମହିଳା ଦଣ୍ଡନୃତ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପରିବେଷଣ କରାଯିବ।ଅନ୍ତିମ ଦିବସ ୨୯ ତାରିଖ ଶନିବାର ଦିନ ଜୟପାଟଣାର ରିଦିମ ସ୍କିଲ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନାସଭା କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ, ଡ଼.ବିଜୟ ସାହୁ (ସାଇଣ୍ଟିଷ୍ଟ), ମ.ରାମପୁର ଆଇ ଆଇ ସି ସଚିନ୍ଦ୍ର ପ୍ରଦାନ, ମ.ରାମପୁର ରେଞ୍ଜର ଅସିତ କୁମାର ଦାଶ ସମ୍ମାନିତ ଅତିଥି ଓ ଭବାନୀପାଟଣା ସାନ୍ଧ୍ୟ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ତଥା ଲୋକ କଥା ଲୋକ ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କିଛି ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବେ। ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା କୁଟେନ ପାଲି ଗ୍ରାମର କଳାକାର ମାନଙ୍କ ଦ୍ୱାରା ମିକ୍ସର ରାମଳିଲା ନାଟକ ମଂଚସ୍ଥ ହେବ ବୋଲି ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.