ବାଣ ରୋଷଣୀ ଏବଂ ବୀରବାଦ୍ୟ ଘୁମୁରା ସହ ନର୍ଲାରେ ବିଜେପିର ବିଜୟ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧାମନଗର ଉପ ନିର୍ବାଚନରେ ବିଜେଡ଼ିକୁ ମାତ ଦେଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟକୁ ନେଇ ନର୍ଲା ବିଜେପି ନର୍ଲା ବସଷ୍ଟାଣ୍ଡ ଓ ଚାରି ଛକରେ ଗୌରବର ସହ ମନାଇଛି ବିଜୟ ମହୋତ୍ସବ । ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନ୍ମୟ ଚାନ୍ଦ, ବରିଷ୍ଠ ବିଜେପି ନେତା ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଞ୍ଜୟ ଜୈନ, ଅଭୟ ନାଏକ, ରତ୍ନାକର ପାଢ଼ୀ, ଲକ୍ଷ୍ମଣ ଦୀପ, ଧନୁର୍ଦ୍ଧର ସେନାପତି, ଦଶରଥ ସାହୁ, ମୃଗରାଜ ନାଏକ ପ୍ରମୁଖ ଉତ୍ସବରେ ସାମିଲ ହୋଇ ବିଜେପି ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ଧାମନଗର ବାସୀ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାର ଚାରିଛକ ଓ ବସଷ୍ଟାଣ୍ଡରେ ବାଣ ଫୁଟାଇ, କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେ ତାଳେ ନୃତ୍ୟରେ ମଜି ଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଚାରି ଛକରେ ମିଠା ବାଣ୍ଟି ଥିଲେ ବିଜେପି କର୍ମୀ ମାନେ ।

Udyog Nursery
Udyogi Nursery

‘ବିଜେଡିର ଟଙ୍କା ଧାମନଗରରେ କାମ ଦେଲାନି । ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି । ଯାହା ଧାମନଗର ଉପ ନିର୍ବାଚନରେ ଏହା ପ୍ରମାଣିତ ହୋଇଛି’ ବୋଲି ବରିଷ୍ଠ ବିଜେପି ନେତା ମାଣ୍ଡେଲ ସରପଞ୍ଚ ଶ୍ରୀ ଜାଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.