ମେ ଆଇ ହେଲ୍ପ ୟୁ ପରିବାର ତରଫରୁ ବୃଦ୍ଧାଶ୍ରମକୁ ସହଯୋଗ ପ୍ରଦାନ

ଓଡ଼ିଆ ବାର୍ତ୍ତା/କଟକ: ମେ ଆଇ ହେଲ୍ପ ୟୁ ପରିବାର ୪୨ ମୌଜା କଟକ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଜଗନ୍ନାଥପୁର ରେ ଥବା “ସଂଜୀବନୀ ଶେଷ ଠିକଣା” ବୃଦ୍ଧାଶ୍ରମକୁ ପରିବାର ସମସ୍ତ ସଦସ୍ୟଙ୍କ ସହଯୋଗରେ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ମହତ କାମରେ ପରିବାରର ସଦସ୍ୟ କଣ୍ଠଶିଳ୍ପୀ ସନାତନ ବେଉରା, ସୁନାକର ସାହୁ, ପ୍ରଭାତ କୁମାର ସାହୁ, ନରେଶ ସ୍ୱାଇଁ, ପ୍ରଫୁଲ୍ଲ ସାମନ୍ତ ରାୟ, ନିରଞ୍ଜନ ରାଉତ, ବିଳାଶ ଚନ୍ଦ୍ର ସାହୁ, ଦୀପ୍ତେନ୍ଦୁ କୁମାର ପରିଡା, ସୁବାଷ ରାଉତ, ପ୍ରେମାନନ୍ଦ ମହାରଣା, ଆର୍ତତ୍ରାଣ ବେହେରା, ବଂଶୀଧର ତ୍ରିପାଠୀ, ନୃସିଂହ ଚରଣ ଭୂୟାଁ ଓ ସତ୍ୟ ରଞ୍ଜନ ମହାପାତ୍ର ଉପସ୍ଥିତ ରହି ଆଶ୍ରମର ଅନ୍ତେବାସୀ ମାନଙ୍କର ଆଶ୍ରିବାଦ ଲାଭ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.