ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଓଡ଼ିଆ ବାର୍ତ୍ତା/ ଢାକା: ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ କରିଛନ୍ତି।

Omkar Vasthu
Omkar Vasthu

ଡାଫୋଡିଲ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ୟୁନିଭରସିଟି ହେଉଛି ବାଂଲାଦେଶର ସର୍ବବୃହତ ବିଶ୍ୱବିଦ୍ୟାଳୟ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଏହି ବିଶ୍ୱବିଦ୍ୟାଳୟର ଦୀର୍ଘ ଦିନର ସୁସମ୍ପର୍କ ରହିଆସିଛି। କିଛି ବର୍ଷ ତଳେ ଡାଫୋଡିଲ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ୟୁନିଭରସିଟିର ପ୍ରତିଷ୍ଠାତା ଡ. ମହମ୍ମଦ ସବୁର ଖାଁ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

କିଟ୍‍ ଓ କିସ୍‍ ପରିଦର୍ଶନ କରିବା ସମୟରେ ସେ କିସ୍‍ ଦେଖି ବିମୋହିତ ହୋଇପଡ଼ିଥିଲେ। ବାଂଲାଦେଶରେ କିସ୍‍ ଢ଼ାଞ୍ଚାରେ ଗରିବ ପିଲାଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ଡ. ସବୁର ଖାଁ ଇଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଶ୍ରୀ ସାମନ୍ତଙ୍କୁ ଜଣାଇବା ପରେ ଶ୍ରୀ ସାମନ୍ତ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Udyog Nursery
Udyogi Nursery

ସୋମବାର ଢ଼ାକାଠାରେ ଡିସ୍‍କୁ ଶ୍ରୀ ସାମନ୍ତ ଉଦ୍‍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୬ଶହ ଗରିବ ଛାତ୍ରଛାତ୍ରୀ ବିନାଦେୟରେ ପାଠ ପଢ଼ିବେ। ଡିସ୍‍ ପାଇଁ କିସ୍‍ କେବଳ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛି। ଏହା ବ୍ୟତୀତ କିସ୍‍ ଭୁବନେଶ୍ୱରକୁ ଅନ୍ୟ କୌଣସି ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ ନାହିଁ। ଏହି କ୍ୟାମ୍ପସ୍‍କୁ ଉଦ୍‍ଘାଟନ କରି ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି, କିସ୍‍ କାର୍ଯ୍ୟରେ ପ୍ରଭାବିତ ହୋଇ ବାଂଲାଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ୍‍ ତଥା ସାମାଜିକ ଉଦ୍ୟୋଗୀ ଢ଼ାକାଠାରେ କିସ୍‍ ଢ଼ାଞ୍ଚାରେ ଏକ ଅନୁଷ୍ଠାନ ଖୋଲି ପାରିଛନ୍ତି। ଡିସ୍‍ ଉଦ୍‍ଘାଟନୀ ଉତ୍ସବରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ପଦାଧିକାରୀମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.