ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ ମଥୁରାରେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କ୍ରୀଡା ପ୍ରତି ସ୍ୱତନ୍ତ୍ର ଋଚି ରଖୁଥିବା କ୍ରୀଡାବିତ୍ ତଥା ଯୁବ ସମାଜସେବୀ ନର୍ଲା ବ୍ଲକ କଂଗ୍ରେସ କମିଟିର ସଭାପତି ସମୀର ଚାନ୍ଦ(ବିଟୁ)ଙ୍କୁ ଜୁନାଗଡ ବ୍ଲକ ମଥୁରା ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଜଣେ ଉଦୀୟମାନ ଯୁବ ସମାଜସେବୀ ଭାବରେ ନର୍ଲା ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦ୍ ବେଶ୍ ପରିଚିତ । ନର୍ଲା ଅଞ୍ଚଳର ଅନେକ ସାମାଜିକ ଓ କ୍ରୀଡା ଅନୁଷ୍ଠାନର ସେ ପୃଷ୍ଠ ପୋଷକ ମଧ୍ୟ ଅଟନ୍ତି । ନର୍ଲା, ରେଖପୁର, ମାଣ୍ଡେଲ ଅସୁରଗଡ, ପଲମ, ରୁପ୍ରାଭଳି ଅନେକ ସ୍ଥାନରେ ଆୟୋଜିତ ହେଉଥିବା କ୍ରୀକେଟ, ଫୁଟବଲ ଭଳି ଟୁର୍ଣ୍ଣାମେଣ୍ଟ ଗୁଡିକରେ ମୁଖ୍ୟ ଅତିଥି ଭାବରେ ପ୍ରତିବର୍ଷ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ କ୍ଲବ୍ ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି । କ୍ରୀଡା ପ୍ରେମୀ ସାଙ୍ଗକୁ ସେ ଜଣେ ଦକ୍ଷ ସଙ୍ଗଠକ ମଧ୍ୟ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ ବ୍ଲକ୍ ଅଧିନସ୍ଥ ପଲାସ ଗ୍ରାମ ପଞ୍ଚାୟତର ମଥୁରା ରାଧାକୃଷ୍ଣ କ୍ଲବ୍ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେନ୍ଟରେ ତାଙ୍କୁ ମୁଖ୍ୟ ଅତିଥି କରାଯିବା ସହ କ୍ଲବର ସଭାପତି ପବିତ୍ର ମୋହନ ପାଢୀଙ୍କ ନେତୃତ୍ୱରେ ସମ୍ପାଦକ ଭାଗିରଥି ପଣ୍ଡା, ବରିଷ୍ଟ ସଦସ୍ୟ ହୃଦାନନ୍ଦ ପଣ୍ଡା, ଗୋପାଳକୃଷ୍ଣ ଅଗସ୍ତୀ, ବ୍ରହ୍ମାନନ୍ଦ ପଣ୍ଡା, ଲୁଲୁ ପଣ୍ଡା ପ୍ରମୁଖ, ଜୁନାଗଡ଼ ଯାଦବ ସମାଜ ର ବରିଷ୍ଠ ସଦସ୍ୟ ତଥା ଜୁନାଗଡ଼ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ଯାଦବ, ପଲାସ ପଂଚାୟତର ସମିତି ସଦସ୍ୟା ମୀନା ବାଗ, କ୍ଲବ୍ ତରଫରୁ ଶ୍ରୀ ଚାନ୍ଦ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି ।

Udyog Nursery
Udyogi Nursery

ମୁଁ ଜଣେ କ୍ରୀଡା ପ୍ରେମୀ । ମୋତେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଛି । ଏଥିରେ ମୁଁ ବିଶେଷ ଖୁସି । ଏହା ନର୍ଲା ମାଟି ପାଇଁ ଗୌରବ । କେବଳ ନର୍ଲା ଅଞ୍ଚଳ ବୋଲି ନୁହଁ । ଜିଲ୍ଲାର ଅନେକ କ୍ଲବ୍ ଦ୍ୱାରା ଆୟୋଜିତ ସ୍ପୋର୍ଟସ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ବିଶେଷ ଆନନ୍ଦିତ ହୋଇଥାଏ । ମୁଁ ଚାହେଁ ଜିଲ୍ଲାରେ କ୍ରିଡାର ବିକାଶ ହେଉ । ଯୁବ ପିଢି ବିପଥଗାମୀ ନହୋଇ କ୍ରୀଡା ମାଧ୍ୟମରେ ନିଜକୁ ଫିଟ ରଖି ଦେଶ ସେବାରେ ନିଜକୁ ନିୟୋଜିତ କରନ୍ତୁ । ସମାଜ ସେବା ଦିଗରେ ବ୍ରତୀ ହୁଅନ୍ତୁ ବୋଲି ଶ୍ରୀ ଚାନ୍ଦ୍ ନିଜ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.