ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ 

ଏକାଦଶ ଅଧ୍ୟାୟ: ବିଶ୍ବରୂପ ଦର୍ଶନ ଯୋଗଃ

ଓଡ଼ିଆ ବାର୍ତ୍ତା/ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ  କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିନୋଦିନୀ ଦାଶ ଓମକାର ନାଦଧ୍ବନି ଦେଇଥିବା ବେଳେ ଅନୁଷ୍ଠାନର ବଡ଼ଭାଇ ଅତିଥି ପରିଚୟ ସହ ସମସ୍ତଙ୍କୁ ସ୍ଵାଗତ ଶୁଭେଚ୍ଛା ଜଣାଇବା ସହ ପୂର୍ବ ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ । ଏହି ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ବିଦ୍ୟୁତପ୍ରଭା ମିଶ୍ର, ପ୍ରଶାନ୍ତ କୁମାର ରାଉଳ, ଡ. ପ୍ରିୟମ୍ବଦା ସାମଲ, ଅରୁଣ କୁମାର ମହାପାତ୍ର, ହେମନ୍ତ କୁମାର ସାହୁ ଇତ୍ୟାଦି ୫ଜଣ ସତସଙ୍ଗୀ ଭାଇଭଉଣୀ ବିଭୁତି ଯୋଗଃର ୧୦ଟି ଶ୍ଲୋକ ପାଠ କରିଥିଲେ ।

Omkar Vasthu
Omkar Vasthu

ଏକାଦଶ ଅଧ୍ୟାୟ ବିଶ୍ବରୂପ ଦର୍ଶନ ଯୋଗଃର ଏକାଦଶତମ ଶ୍ଲୋକରୁ ବିଂଶତମ ଶ୍ଲୋକ ପର୍ଯ୍ୟନ୍ତ ତାତ୍ତ୍ବିକ ଆଲୋଚନା କରିଥିଲେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦର ସମ୍ପାଦକ ପଣ୍ଡିତ ପ୍ରବାଚକ ପ୍ରମୋଦ କୁମାର ପଣ୍ଡା ମହୋଦୟ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୨୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ମହାରାଷ୍ଟ୍ରରୁ ସଂଯୁକ୍ତା ରାଉତ ଉପସ୍ଥିତ ଶ୍ରଦ୍ଧାଳୁଙ୍କର କେତେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରଖିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ  ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.