ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସେଲକୋ ଫାଉଣ୍ଡେସନ ଏବଂ ବିଦେଶୀ ପ୍ରତିନିଧି ମାନେ ଗୋଲାମୁଣ୍ଡା ବ୍ଲକର ସନଚେରଗାଁସ୍ଥିତ ନାଗଜ୍ୟୋତି କୃଷି ଫାର୍ମକୁ ପରିଦର୍ଶନ କରିଛନ୍ତି । ସମସ୍ତ ବିଦେଶୀ ନାଗରିକ ସେଲକୋ ଫାଉଣ୍ଡେସନ ସହାୟତାରେ ହୋଇଥିବା ଶୀତଳ ଭଣ୍ଡାର ଓ ସୋଲାର ପାୱାର କୁକୁଡ଼ା ଚିଆଁ ମେସିନକୁ ପରିଦର୍ଶନ କରିଥିଲେ ଏବଂ ଶ୍ରୀ କୃଷ୍ଣ ନାଗଙ୍କ ସହିତ ଏହି ସବୁର ହାନିଲାଭ ବିଷୟରେ ବୁଝିଥିଲେ। ସମସ୍ତ ନାଗରିକ ତାଞ୍ଜାନିଆ, ଉଗାଣ୍ଡା, କେନିଆଁ, ଇଥପିଆ ଓ ବାଙ୍ଗଲାଦେଶରୁ ଆସିଥିଲେ। ସେଲକୋ ଫାଉଣ୍ଡେସନର ଗୌତମ କୁମାର ପ୍ରଧାନ ଓ ସତ୍ୟପ୍ରିୟ ସାହୁ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ। ନାଗଜ୍ୟୋତି ଫାର୍ମର ଶ୍ରୀ କୃଷ୍ଣ ନାଗ ନିଜର ସମସ୍ତ ଅଭିଜ୍ଞତା ବିଷୟରେ ବିଦେଶୀ ନାଗରିକ ମାନଙ୍କୁ ଅବଗତ କରାଇଥିଲେ। ସେଲକୋ ଫାଉଣ୍ଡେସନର କୃଷ୍ଣ ଚନ୍ଦ୍ର ବେହେରା ଓ ସ୍ଵାଗତିକା ନାୟକ ସମସ୍ତ ଗ୍ରସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ସେଲକୋର ବିରିସିଂ ମାଝୀ, ଉଦୟନାଥ ମାଝୀ, ମନୋଜ ସିଂ, ଗୋବିନ୍ଦ ପ୍ରଧାନ ଏବଂ ଅବିନାଶ କୁମାର ପଣ୍ଡା ଉପସ୍ଥିତ ଥିଲେ।






