ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ: ସିଆଲି ସୋନପୁରକୁ ହରାଇ ଫାଇନାଲରେ ତୁଷୁରା ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିନ ମ୍ୟାଚ ତଥା ପ୍ରଥମ ସେମିଫାଇନାଲ ସୋନପୁର ସିଆଲି ଓ ତୁଷୁରା ଇଲେଭେନଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରିଷିଡା ଯୁବାମଞ୍ଚ ପକ୍ଷରୁ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ଶୁକ୍ରବାର ଦିନ ତୁଷୁରା ଦଳ ୨-୧ ଗୋଲରେ ସୋନପୁର ସିଆଲିକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ମ୍ୟାଚକୁ ଆନ୍ତର୍ଜାତୀୟ ରେଫରୀ ନବୀନ କୁମାର ନାଏକ, ଲଳିତ ଦାସ, ସନ୍ଦୀପ ତରିଆ ଓ ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ। ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ଯୁବ ଉଦ୍ୟୋଗପତି ଶିବଲାଲ କେଡ଼ିଆ, ଜେଡି କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରଣା, ବ୍ଲକ ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା ଯୋଗଦେଇଥିଲେ।

ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସାମ୍ବାଦିକ ସତ୍ୟନାରାୟଣ କୁମାର, ସିମାଞ୍ଚଳ ଭୋଇ, ସହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣି ସାହୁ ଓ ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ, ସ୍କୋରବୋର୍ଡଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ। ଶନିବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.