ରେଣ୍ଡୋ ମାଝୀ ସାହିତ୍ୟ ସମ୍ମାନ ପାଇଲେ କବି ତଥା ଶିକ୍ଷାବିତ୍ କ୍ଷିତିଶ ଚନ୍ଦ୍ର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଟାଉନ ହଲ ଠାରେ ଆଦିବାସୀ ସଂଘ ପକ୍ଷରୁ ଆୟୋଜିତ ୧୬୭ତମ ରେଣ୍ଡୋ ମାଝୀ ସହିଦ ଦିବସ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି କନ୍ଧାନ ଭାଷାର କବି ତଥା ଶିକ୍ଷାବିତ୍ କ୍ଷିତିଶ ଚନ୍ଦ୍ର ମାଝୀ। ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ କନ୍ଧାନ ଭାଷାରେ ସାହିତ୍ୟ ସୃଷ୍ଟି ପାଇଁ ତାଙ୍କୁ ରେଣ୍ଡୋ ମାଝୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ନିକଟରେ ସେ ଓଡିଶା ସରକାରଙ୍କ ଠାରୁ ଜନଜାତି ଗୌରବ ଦିବସରେ ମଧ୍ୟ ସମ୍ମାନିତ ହୋଇଥିଲେ। ସମାରୋହର ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ଆଦିବାସୀ ବିଭାଗ ମନ୍ତ୍ରୀ ଜଗନ୍ନାଥ ଶାରକାଙ୍କ ଉପସ୍ଥିତିରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ କବି କ୍ଷିତିଶ ଚନ୍ଦ୍ର ମାଝୀଙ୍କୁ ଏହି ମର୍ଯ୍ୟଦାଜନକ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ଭିମା ପତ୍ରିକା ସମ୍ପାଦକ ମେଦିନୀଧର ଯାନୀ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ ପ୍ରମୁଖ ଶ୍ରୀ ମାଝୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.