ରକ୍ତଦାନ କରି ବିବାହ ବାର୍ଷିକୀ ପାଳିଲେ ସମାଜସେବୀ ଦମ୍ପତି

ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ସାମାଜିକ ସଂଗଠନ ଆଦର୍ଶ ଯୁବ ସଂଘ ଭାରତ କଟକ ସଦର ଶାଖା ସଂଯୋଜକ ତଥା ଦେଉଳବସ୍ତ ଜଟଣୀ ଅଞ୍ଚଳ ବାସିନ୍ଦା ଯୁବ ସମାଜସେବୀ ନିରଞ୍ଜନ ପରିଡା(ବିପିନ୍) ଏବଂ ଧର୍ମପତ୍ନୀ ମୋନାଲିସା ପରିଡା ସମାଜସେବୀ ଦମ୍ପତି ରକ୍ତଦାନ କରି ନିଆରା ଢଙ୍ଗରେ ତାଙ୍କ ଦ୍ବିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଶାଶ୍ଵତ ଇଞ୍ଜିନିୟରିଂ ପ୍ଲମ୍ୱିଂ ବିଭାଗ ମୁଖ୍ୟ ଅଶୋକ ସେଠୀ, ସମାଜସେବୀ ହେମନ୍ତ ଦାସ, ସମାଜସେବୀ ଉଦୟ ରଞ୍ଜନ ଦାସ, ନବଘନ ସାହୁ, କୁଷ ବାବୁ, କୈଳାଶ ଦାସ, ସୁଶାନ୍ତ ସେଠୀ, ଟିଟୁ, ବାଳକୃଷ୍ଣ ମଣ୍ଡଳ, ଲିପୁନ୍, ଧନେଶ୍ଵର ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଏହି ମହତ୍ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଭାକର ପରିଡା ଓ ଗୁରେଇ ପରିଡାଙ୍କ ପୁତ୍ର ନିରଞ୍ଜନ ପ୍ଲମ୍ବିଂ ବିଭାଗରେ ଟେକ୍ନିକାଲ ଟିମ୍ ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମାଜସେବା ରକ୍ତଦାନ, ପରିବେଶ ସୁରକ୍ଷା ଆଦି ବହୁ ଜନ ହିତକର କାର୍ଯ୍ୟ ଜାରୀ ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.