ରିସେପସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିପ୍ଟ କରି ଚର୍ଚ୍ଚାରେ ପାକିସ୍ତାନ ୟୁଟ୍ୟୁବର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାଧାରଣତଃ ବିବାହକୁ ସମସ୍ତେ ଅଧିକ ସ୍ପେଶିଆଲ କରିବାକୁ ଚାହିଁଥାଆନ୍ତି । ସେଥିପାଇଁ ନିଜ ପ୍ରିୟଜନଙ୍କୁ ନିମନ୍ତ୍ରିତ କରିଥାଆନ୍ତି । ଆଉ ସମ୍ପର୍କିୟମାନେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଉପହାର ମଧ୍ୟ ଦେଇଥାଆାନ୍ତି । ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ଗିଫ୍ଟ ଦେଇଥାଏ । ତେବେ ଏହି ସମୟରେ ଜଣେ ନବବିବାହିତ ସ୍ତ୍ରୀକୁ ରିସେପ୍‌ସନ୍‌ରେ ତାଙ୍କ ସ୍ୱାମୀ ଗୋଟିଏ ଗଧ ଛୁଆ ଉପହାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଭିଡିଓଟି ହେଉଛି ପାକିସ୍ତାନର ଜଣାଶୁଣା ୟୁଟ୍ୟୁବର୍ ଅଜଲାନ୍ ଶାହା ଏବଂ ପତ୍ନୀ ବାରିସାଙ୍କ ବିବାହ ରିସେପସନର ସମୟର ଦୃଶ୍ୟ । ଅଜଲାନଙ୍କ ଏହି ବିବାହ ରିସେପସନ୍‌ର ଭିଡିଓ ଏବେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିବା ସହ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । କାରଣ ବିବାହ ରିସେପସନ୍ ମଣ୍ଡପ ଉପରେ ଅଜଲାନ୍ ବାରିସାଙ୍କୁ ଗିଫ୍ଟ ରୂପେ ଦେଇଛନ୍ତି ଗୋଟିଏ ଗଧ ଛୁଆ । ଏହି ଘଟଣାର ଭିଡିଓକୁ ଅଜଲାନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଉ କହିଛନ୍ତି, ଯେ ପତ୍ନୀ ବାରିସା ପଶୁପ୍ରେମୀ ସେ ଗଧ ଛୁଆ ଖୁବ୍ ପସନ୍ଦ କରନ୍ତି । ଏହି କାରଣରୁ ସେ ନିଜ ବିବାହରେ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଗଧ ହେଉଛି ବିଶ୍ୱର ସବୁଠାରୁ କୌତୁକିଆ ଓ ପରିଶ୍ରମି ପ୍ରାଣୀ । କେବଳ ସେତିକି ନୁହେଁ, ଗଧ ଛୁଆକୁ ତା’ ମାଆଠାରୁ ଅଲଗା କରିବେନି ବୋଲି ସେ ଉଭୟ ମାଆ ଓ ଛୁଆଙ୍କୁ କିଣି ଆଣିଥିବା କହିଛନ୍ତି। ଏହି ଦୁଇ ଗଧକୁ ସେ ୩୦ ହଜାର ଟଙ୍କା ଦେଇ କିଣିଛନ୍ତି। ଏବେ ଏହି ପଶୁମାନଙ୍କୁ ଆଉ ଖଟିବାକୁ ପଡିବନି। ଏ ଦୁହେଁ ଫାର୍ମ ହାଉସରେ ବେଶ୍ ଆନନ୍ଦରେ ରହିବେ ବୋଲି ଅଜଲାନ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.