ସିଉନୀଠାରେ କାର ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଳମ୍ବିତ ରାତିରେ କାର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ଦୁଇ ଗୁରୁତର । ଘଟଣାଟି ଘଟିଛି ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ସିଉନୀ ସ୍କୁଲ ନିକଟ ବୁଲାଣିରେ। ଶନିବାର ବିଳମ୍ବିତ ରାତିରେ କୈାଣସି କାମ ପାଇଁ ଟିଟିଲାଗଡ଼ରୁ ଗାଁକୁ ଫେରୁଥିବା ବେଳେ ସିଉନୀ ନିକଟରେ ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାରେ ସାନ ପୋଡାଗୁଡା ଗ୍ରାମର ହୃଦାନନ୍ଦ ଝାଙ୍କରଙ୍କ ପୁଅ ଅଚ୍ୟୁତାନନ୍ଦ ଝାଙ୍କରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତର ଦୁଷ୍ମନ୍ତ ନାଏକ ଓ ବାଲ୍ମୀକି ମହାରଣା କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଆମପାଣି ପୁଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.