କଳାହାଣ୍ଡି,୧୫/୪ : ଧର୍ମଗଡ଼ ବ୍ଲକ ରାବଣଗୁଡା ଠାରେ ଅଷ୍ଟ ପ୍ରହର ନାମଯଜ୍ଞ କମିଟି ତରଫରୁ ୧୪ବର୍ଷ ତମ ଅଷ୍ଟପ୍ରହରୀ ନାମଯଂଜ୍ଞ ସମାପନ ହୋଇଯାଇଛି । ଅଧିବାସ ଦିନ କାହାଳମୁଣ୍ଡା ଜୋରରୁ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ କଳସ ଯାତ୍ରା ରେ ଯୋଗ ଦେଇ ଯଜ୍ଞ ମଣ୍ଡପ ପାଖକୁ ଆଣିଥିଲେ । ନାମଯଜ୍ଞରେ ଛଅ ଗୋଟି ସଂକୀର୍ତ୍ତନ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ବହୁ ସଂଖ୍ୟାରେ ଗ୍ରାମ ତଥା ପଡୋଶୀ ଗ୍ରାମର ଶ୍ରଦ୍ଧାଲୁ ଭକ୍ତ ମାନେ ରାମନାମ ଶ୍ରବଣ କରିଥିଲେ ।
ନାମ ଯଜ୍ଞ ପୂର୍ଣ୍ଣାହୁତି ଦିନ ଦଧିହାଣ୍ଡିକୁ ନଗର ପରିକ୍ରମା କରାଇ ମଧ୍ୟାହ୍ନରେ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ନାମଯଜ୍ଞ ପରିଚାଳନା ପାଇଁ ସଭାପତି ତ୍ରିପାଲ ଗୋପାଳ ସମ୍ପାଦକ ଅଶ୍ଵିନୀ କୁମାର ଗୋପାଳ କୋଷାଧକ୍ଷ ବିରଞ୍ଚି ଗୋପାଳ ଭଣ୍ଡାର ରକ୍ଷକ ଭାବେ ଧବଳେଶ୍ୱର ଗୋପାଳ କାର୍ଯ୍ୟ ନିର୍ବାହ କରିଥିବାବେଳେ ଗ୍ରାମବାସି ମାନେ ନାମଯଜ୍ଞ କାର୍ଯ୍ୟରେ ସହଯୋଗ କରି ଥିଲେ ।
ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇





