ଆଉ ବିଭିନ୍ନ ସ୍ଥାନରେ ରହିବନି ଭୋଟର ତାଲିକାରେ ନାମ :ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଭାରତର ଯେକୌଣସି ଗୋଟିଏ ସ୍ଥାନରେ ରହିବ ଭୋଟର ତାଲିକାରେ ନାମ । ଅର୍ଥାତ୍ ଜଣେ ନାଗରିକ ପାଇଁ ଗୋଟିଏ ଭୋଟ । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ସୂଚନା ପରେ ରାୟଗଡା ଜିଲ୍ଲାରେ ଏହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଣେ ଭୋଟର କେବଳ ଗୋଟିଏ ସ୍ଥାନରେ ନିଜ ନାମକୁ ଭୋଟର ତାଲିକାରେ ସାମିଲ କରିପାରିବ, ଏକାଧିକ ସ୍ଥାନରେ ନାମ ଯୋଡ଼ିଥିବା ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପରି ଭୋଟରଙ୍କ ତାଲିକା ନିର୍ବାଚନ ଆୟୋଗ ଦ୍ବାରା ଜାରି କରାଯାଇଥିବା ବେଳେ ତାହାର ଯାଞ୍ଚ ପ୍ରକ୍ରିୟା ବୁଥ ସ୍ତରରେ ଚାଲୁ ରହିଥିବା ପ୍ରକାଶ କରି ଏକାଧିକ ସ୍ଥାନରେ ନାମ ଥିବା ବ୍ୟକ୍ତି ନିଜେ ଗୋଟିଏ ସ୍ଥାନରୁ ନିଜ ନାମକୁ ବାଦ କରିବା ନିମନ୍ତେ ଆବେଦନ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା କହିଛନ୍ତି । ଦୋହରା ତଥ୍ୟ ତଥା ଏକା ମୁଖମଣ୍ଡଳ ସମ୍ବଳିତ ଭୋଟରଙ୍କ ତଥ୍ୟର ଗରୁଡ଼ ଆପ ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଥିବା ଓ ଏଥିପାଇଁ ଏକ ଭିଡିଓ ଜାରି କରାଯାଇ ଥିବା ନିର୍ବାଚନ ବିଭାଗୀୟ ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚଳିତ ମାସ ୧୭ ତାରିଖ ଶନିବାର ଦିନ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ା ବ୍ଲକ୍ ରେ ୧୧୨ ଜଣ ୧୯ ତାରିଖ ସୋମବାର ଦିନ ରାୟଗଡ଼ା ପୌରାଞ୍ଚଳ ର ୫୪ ଜଣ ଓ ୨୧ ତାରିଖ ମଙ୍ଗଳବାର ଦିନ କାଶିପୁର ବ୍ଲକର ୧୩୨ ଜଣ ବିଏଲଓଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ଭୋଟର ଯାଞ୍ଚ ପ୍ରକ୍ରିୟା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ରଙ୍କ ତତ୍ବାବଧାନରେ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ସହକାରୀ ଜିଲ୍ଲାପାଳ ପୁଷ୍ପାଞ୍ଜଳି ଚୌଧୁରୀ, କାଶିପୁର ଏବିଡିଓ ପଦ୍ମିନୀ କହଁର, ରାୟଗଡା ଏବିଡିଓ କାଳୁ ଚରଣ ନାୟକ, ରାୟଗଡା ଜିପିଇଓ ଗୋପାଳ ପଣ୍ଡା , କାଶିପୁର ଜିପିଇଓ ରାଜେନ୍ଦ୍ର ପାଳ , ନିର୍ବାଚନ ସହଯୋଗୀ କେ ଭାରତୀ ଓ ଚନ୍ଦ୍ରଶେଖର ରଥ ପ୍ରମୁଖ ଉପସ୍ଥିତ ରହି ନିଜ କ୍ଷେତ୍ରାଞ୍ଚଳରେ ତାଲିମ ପ୍ରଦାନ କରିଥିଲେ । ଅଯୋଗ୍ୟ ଭୋଟର ବାଦ୍ ଓ ସୁସ୍ଥ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହା ସହାୟକ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ପ୍ରକାଶ କରିଛନ୍ତି । ଆସନ୍ତା ଜାନୁଆରୀ ୫ ତାରିଖରେ ସଂଶୋଧିତ ଚୂଡାନ୍ତ ଭୋଟର ତାଲିକା ୨୦୨୩ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.