କଳାହାଣ୍ଡି ଉତ୍ସବ ନିମନ୍ତେ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୨ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳ ଭଣ୍ଡାର ସନ୍ନିକଟ କେନ୍ଦୁମୁଣ୍ଡି ଠାରେ ଆୟୋଜନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଥୁଆମୂଳ ରାମପୁର ସ୍ଥିତ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନୋଡାଲ ଅଫିସର ବିରଞ୍ଚି ନାରାୟଣ ଦରଓ୍ବାନଙ୍କ  ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ସ୍ଥାନୀୟ ତହସିଲଦାର ଈଶ୍ୱର ଚନ୍ଦ୍ର ଦାଶ, ବିଡ଼ିଓ ଶୁଭକାନ୍ତ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସ୍ଥାନୀୟ ମେଡ଼ିକାଲ ଅଫିସର, ଆଦିବାସୀ କଲ୍ୟାଣ ଅଧିକାରୀ ଗଙ୍ଗାଧର ବେହେରା, ପୋଲିସ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ  ଲୋକନାଥ ବେହେରା, ଅଗ୍ନିଶମ ଅଧିକାରୀ, କଲେଜ ଅଧ୍ୟକ୍ଷ ଓ ସବ କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ପଦ୍ମ ଲୋଚନ ପୁଝରୀ, ସୁନୀଲ କୁମାର ବେହେରା, ଚଳାନ ବାବୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୌପ୍ୟ ଜୟନ୍ତୀ ଉତ୍ସବ ହେଉ ଥିବାରୁ ଆହୁରି ଅଧିକ ଆକର୍ଷଣୀୟ ଭାବରେ ଏହାକୁ ପାଳନ କରିବା ସହିତ ବହୁ ଯୋଗ୍ୟ ପ୍ରତିଯୋଗୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ପ୍ରତିଯୋଗିତା ସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ପ୍ରତିଯୋଗୀ ଯେଭଳି ଅଂଶ ଗ୍ରହଣ କରି ପାରିବେ ସେନେଇ ବୈଠକରେ ଋପରେଖ ପ୍ରସ୍ତୁତ ହୋଇଥିବା ଜଣାପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.