ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ଅଞ୍ଚଳରେ ଖବରକାଗଜ ବିତରକ (ହକର )ଥିବା ଗୟାଧର ନାଏକଙ୍କ ଆଜି ଅକାଳ ବିୟୋଗ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଉଥିଲା। ସେ ଜଣେ ଲୋକପ୍ରିୟ ଯୁବକ ଥିଲେ। ଗ୍ରାମର ପ୍ରତ୍ୟେକ ସଭାସମିତିର ନୋଟିସ ବୁଲାଇବା, ନିମନ୍ତ୍ରଣ କାର୍ଡ ବାଣ୍ଟିବା, ଲୋକଙ୍କୁ ବିଭିନ୍ନ ଖବର ଦେବା କାର୍ଯ୍ୟରେ ସେ ଆଗ ଖୋଜା ପଡୁଥିଲେ। ରିଷିଡା ଗାନ୍ଧୀନଗର ପଡାର କବିରାଜ ନାଏକଙ୍କ ଏକମାତ୍ର ପୁତ୍ର ଗୟାଧରଙ୍କର ମଧ୍ୟ ଗୋଟିଏ ୧୨ବର୍ଷର ଝିଅ ଅଛି। ପୃତ୍ରକୁ ଅକାଳରେ ହରାଇ ବୃଦ୍ଧ ବାପା, ମା ଶୋକରେ ବୁଡ଼ିଯାଇଥିବା ବେଳେ ତାଙ୍କ ବିଧବା ପତ୍ନୀ ଓ ଝିଅ ବି ବାହୁନି ବାହୁନି କାନ୍ଦୁଛନ୍ତି। ତାଙ୍କ ଶବଧାରରେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସହପାଠୀ ତଥା ରିଞ୍ଜା ହାଇସ୍କୁଲ ଶିକ୍ଷକ ବେଲାର ପୁଟେଲଙ୍କ ସହ ବହୁଲୋକ ସାମିଲ ହୋଇଥିଲେ।