ନର୍ଲା ମଣ୍ଡିରେ ଧାନ କିଣା ପ୍ରସଙ୍ଗ: ୫୪୨ ଚାଷୀଙ୍କର ୩୫,୭୪୩ କ୍ୱିଣ୍ଟାଲ ଧାନ କିଣା ସରିଛି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ଚାଲିଥିବା ୭ ଗୋଟି ମଣ୍ଡି ଓ ୧୩ ଗୋଟି ଉପ ମଣ୍ଡିରେ ଧାନ ସଂଗ୍ରହ ଯୋରଦାର ଭାବରେ ଚାଲିଛି । ସେଥି ମଧ୍ୟରୁ ଭାନପୁର, ତୁଳାପଡା ଓ ଶାନ୍ତପୁର ମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣା ଚାଲିଛି । ନର୍ଲା ସଦର ମହକୁମାରେ ରହିଥିବା ନର୍ଲା ମଣ୍ଡି ଗତ ନଭେମ୍ବର ୩୦ ରେ ଉଦ୍ଘାଟିତ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ୫୪୨ ଜଣ ଚାଷୀଙ୍କ ଠାରୁ ୩୫,୭୮୩ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସାଙ୍କ ଠାରୁ ସୂଚନା ମିଳିଛି । ନର୍ଲା ପ୍ୟାକ୍ସ ଧାନ ମଣ୍ଡିରେ ବୁଢୀପଦରର ଶ୍ରୀ ରାମାନୁଜ ଏଗ୍ରୋଟେକ, କହ୍ନେଇଆ ଏଗ୍ରୋଟେକ ନର୍ଲାରୋଡ, ବିକେ ଫୁଡ୍ସ କେସିଙ୍ଗା, ଶ୍ରୀ ଜଗନ୍ନାଥ କେସିଙ୍ଗା, କନକଦୁର୍ଗା ରାଇସମିଲ ତୁଳାପଡା ପ୍ରମୁଖଙ୍କୁ ସଂଯୋଗ କରାଯାଇଥିବା ବେଳେ ସୋମବାରରୁ ଗୁରୁବାର ଯାଏଁ ନର୍ଲା ମୁଖ୍ୟ ମଣ୍ଡି, ଶୁକ୍ରବାର ଘଣ୍ଟମାଳ ଉପମଣ୍ଡି ଓ ଶନିବାର ମାଣ୍ଡେଲ ଉପ ମଣ୍ଡିରୁ ଧାନ ଉଠା ଯାଉଥିବା ଜଣାପଡିଛି । ନର୍ଲା ଓ ଏହାର ଦୁଇ ଉପମଣ୍ଡିରେ ଚାଷୀଙ୍କ ଧାନ ପରୀକ୍ଷଣ ପାଇଁ ଆରଏମସି ଷ୍ଟାଫ୍ ଜଗତରାମ ନାଏକ କାର୍ଯ୍ୟ କରୁଥିବା ବେଳେ ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଜୁଳି ଆଲୁଅର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଚାଷୀ ସେମାନଙ୍କୁ ମିଳିଥିବା ଟୋକନ ତାରିଖ ଅନୁଯାୟୀ ଧାନ ଆଣୁଛନ୍ତି । ଯେଉଁ ଦିନର ଧାନ ସେହି ଦିନ ସଂଧ୍ୟା ସୁଦ୍ଧା ଲିଫଟିଂ ହୋଇଯାଉଥିବା ଓ ଚାଷୀଙ୍କୁ ଧାନ ଜଗିବା ପାଇଁ ରାତ୍ରୀ ଯାପନର ସୁଯୋଗ ଦିଆ ଯାଉନି ବୋଲି ନର୍ଲା ପ୍ୟାକ୍ସ ସମ୍ପାଦକ ଶ୍ରୀ ସା ପ୍ରକାଶ କରିଛନ୍ତି । ନର୍ଲା ପାଇଁ ୪୩,୦୦୦ କ୍ୱିଣ୍ଟାଲ ଧାନ କ୍ରୟର ଟାରଗେଟ ରହିଥିବା ବେଳେ ୨୭ ଦିନ ମଧ୍ୟରେ ଅର୍ଦ୍ଧାଧିକ ପରିମାଣର ଧାନ ଲିଫଟିଂ ସରିଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.