ନିଲମ୍ବନ ଆଦେଶ ପରେ ଆତ୍ମହତ୍ୟା ଉଦ୍ୟମ କଲେ ପାହାଡପଦରର ପୂର୍ବତନ ପିଇଓ

ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ (ପିଇଓ) ଦେବାନନ୍ଦ ସାଗର ଆଜି ତାଙ୍କ ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ପ୍ରମାଣିତ ହେବା ପରେ ଜିଲ୍ଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସୂଚନାଯୋଗ୍ୟ, ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ସେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ ହୋଇଥିଲା । ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ପିଇଓ ଶ୍ରୀ ସାଗରଙ୍କୁ ନିଲମ୍ବନ କରାଯାଇଥିଲା। ପୁର୍ବରୁ ଥୂଆମୁଳ ରାମପୁର ବ୍ଲକରେ ମଧ୍ୟ ସେ ଏପରି କାରନାମା କରିଥିବା ସହିତ ୫୮ ଲକ୍ଷ ୭୨ ହଜାର ୬୧୬ ଟଙ୍କା ହଡପ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଉଭୟ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.