କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଫୁଟବଲ ଓ ଭଲିବଲ ମ୍ୟାଚ: ଫୁଟବଲରେ ତୁଳାପଡା ଓ ଭଲିବଲରେ ଭାନପୁର ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଗତ ୨୬/୧୨ ରୁ ନର୍ଲାରେ ଚାଲିଥିଲା ବ୍ଲକ ସ୍ତରୀୟ ଭଲିବଲ ଓ ଫୁଟବଲ ମ୍ୟାଚ୍ । ଏହିକ୍ରମରେ ସୋମବାର ନର୍ଲା ହାଇସ୍କୁଲ ପଡିଆରେ ନର୍ଲା ବ୍ଲକର ୨୩ ଗୋଟି ଗ୍ରାମ ପଞ୍ଚାୟତର ୨୩ ଗୋଟି ଭଲିବଲ ଟିମ୍ ଆସି ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ସେହିଭଳି ମଙ୍ଗଳବାର ଅପରାହ୍ନ ଓ ବୁଧବାର ଅନୁଷ୍ଠିତ ହୋଇଛି ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା । ପ୍ରଥମେ ଅନୁଷ୍ଠିତ ଭଳିବଲ ପ୍ରତିଯୋଗୀତାରେ ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୩ ଗୋଟି ଗ୍ରାମ ପଞ୍ଚାୟତ ଦଳ ଅଂଶ ଗ୍ରହଣ କରିଥିଲେ । ହେଲେ ଏହି ପ୍ରତିଯୋଗୀତାରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ୨୫ ଗୋଟି ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଭଳିବଲ ଓ ଫୁଟବଲ ଟିମ ମଧ୍ୟରୁ ଉତ୍ତମ ଖେଳାଳୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଟିମ ଗଠନ କରାଯିବ ଓ ସେମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସୋମବାର ସକାଳ ୮ ଘଣ୍ଟା ସମୟରେ ଏହି ଏକ ଦିବସୀୟ ବ୍ଲକ ସ୍ତରୀୟ ଭଲିବଲ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ଉଦ୍ଘାଟନ କରିଥିବା ବେଳେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତୀ ଖେଳାଳୀ ମାନଙ୍କୁ ଉଦ୍ୱୋଧନ ଦେଇ ଉତ୍ସାହିତ କରିଥିଲେ । ନର୍ଲା ବ୍ଲକ୍ ସେକ୍ସନ ଅଫିସର ଦିଗ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୩ ଗୋଟି ଗ୍ରାମ ପଞ୍ଚାୟତ ଏଥିରେ ଯୋଗଦେଇ ନଥିବା ବେଳେ ୨୩ ଗୋଟି ଭଲିବଲ ଟିମ୍ କୁ ନେଇ ଏକାଥରେ ଦୁଇଗୋଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭଲିବଲ ଫାଇନାଲ ମ୍ୟାଚ ଭାନପୁର ଓ ରୁପ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାନପୁର ଚମ୍ପିୟାନ ହୋଇଥିବା ବେଳେ ଫୁଟବଲରେ ତୁଲାପଡା ଚମ୍ପିୟାନ ହୋଇଥିଲା । ଏହି ଦୁଇ ଚମ୍ପିୟାନ ଦଳକୁ ନର୍ଲା କଳାହାଣ୍ଡି ଉତ୍ସବ ଘୁମୁରାରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ଫୁଟବଲ ଓ ଭଳିବଲ ଏହି ଦୁଇ ଫାଇନାଲ ଖେଳ ସମୟରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନ ପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ସରପଞ୍ଚ ଶ୍ରୀମତୀ ହରପାଲ, ଗିଗିନା ସରପଞ୍ଚ ସୁଧାମୟୀ କୁମାର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।‌‌ ନର୍ଲା ବ୍ଲକ୍ ଅଞ୍ଚଳର ହାଇସ୍କୁଲ ଓ ୟୁପି ସ୍କୁଲର କ୍ରୀଡା ଶିକ୍ଷକ ମାନଙ୍କ ମଧ୍ୟରେ ନାରାୟଣ ପଧାନ, ମଳୟ ବିଶ୍ୱାଳ, ଉମାକାନ୍ତ ଭୋଇ, ସୁଧିର ରାଉତ, ଶରତ ନାଏକ, ସନ୍ତୋଷାନନ୍ଦ ନାଏକ, ଦୀପନ ବିଶ୍ୱାଳ, ସରୋଜ ପଧାନ, ଧୃବ ନାଗ, ନାରାୟଣ ପଧାନ ପ୍ରମୁଖ ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ । ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ର କର୍ମଚାରୀ ଚକ୍ରଧର ସା ଓ ମାଣ୍ଡେଲର ମନୋଜ ଭୋଇ ମ୍ୟାଚ୍ ଗୁଡିକର ଧାରାବିବରଣୀ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.