କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କଲେ ନର୍ଲା ସାମ୍ବାଦିକ ୟୁନିଅନ ସଦସ୍ୟବୃନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂତନ ବର୍ଷର ଶୁଭ ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଶ ଜୀଙ୍କୁ ସାକ୍ଷାତ କରି ନବବର୍ଷର ଶୁଭ ଅଭିନନ୍ଦନ ଜଣାଇବାସହ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ନର୍ଲା ସାମ୍ବାଦିକ ୟୁନିଅନର ସଦସ୍ୟବୃନ୍ଦ। ନର୍ଲା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାସହ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ସାମ୍ବାଦକମାନଙ୍କୁ ଥାନା ପରିସରକୁ ପ୍ରବେଶ ନିମନ୍ତେ ରୋକ ଲଗାଇଛନ୍ତି। ଥାନା ଅଞ୍ଚଳରେ ବେନିୟମ ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିବାରେ ଲାଗିଛି। ସଟ୍ଟ ଖେଳ, ବାଲି ମାଫିଆଙ୍କ ଉତ୍ପାତ ସହ ଗୋରୁ ବ୍ୟବସାୟୀମାନେ ମଧ୍ୟ ଖୁଲମଖୁଲା ସେମାନଙ୍କ ବେନିୟମ କାର୍ଯ୍ୟ କଳାପ ଜାରି ରଖିଛନ୍ତି। ରାତି ପେଟ୍ରୋଲିଂ ହୁଗୁଳା ହେବାରୁ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟାରେ ସମାଧାନ ଦିଗରେ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଚା ପାନ ଦୋକାନ ମାନଙ୍କରେ ମଧ୍ୟ ଖୁଲମଖୁଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ଅପରାଧିକ କାର୍ଯ୍ୟକଳାପ ବଢ଼ିବାକୁ ଲାଗିଥିବାରୁ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେମାନେ ଅନେକ ସମୟରେ ଥାନାରୁ ନ୍ୟାୟ ପାଇପାରି ନାହାନ୍ତି। ବିନା ଲାଞ୍ଚରେ ଅଭିଯୋଗକାରୀଙ୍କ ସହ ଆଇଆଇସି ଠିକ ଭାବରେ କଥା ହେଉନାହାନ୍ତି ଏହାସହ ସେମାନଙ୍କୁ ଖରାପ ବ୍ୟବହାର ଓ ଧମକଚମକ ଦେଉଛନ୍ତି। ଜନତାଙ୍କ କଥାକୁ ଉତ୍ଥାପନ କଲେ ଥାନାଧିକାରୀ ଶ୍ରୀ ମେହେର ସାମ୍ବାଦିକଙ୍କୁ ହାଜତରେ ପୁରାଇ ଦେବାକୁ ଧମକ ଦେଉଛନ୍ତି। ଏହାକୁ ନେଇ ସାମ୍ବାଦିକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଶ ଜୀଙ୍କୁ ସାକ୍ଷାତ କରି ଏସବୁ ପ୍ରସଙ୍ଗ ଉତ୍ଥାପନ କରିବାସହ ନର୍ଲାରେ ଏକ ଦକ୍ଷ ଥାନାଧିକାରୀ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ ସାମ୍ବାଦିକ ୟୁନିଅନର ସଦସ୍ୟବୃନ୍ଦ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନର୍ଲା ସାମ୍ବାଦିକ ୟୁନିଅନର ସଦସ୍ୟମାନଙ୍କ ସହ ଆଲୋଚନା କରି ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.