ଲୋକ ସଂସ୍କୃତିର ଭାବଧାରାକୁ ଲୋକଲୋଚନକୁ ଆଣିବାପାଇଁ କଳାହାଣ୍ଡି ଉତ୍ସବ ଏକ ଉତ୍ତମ ମାଧ୍ୟମ

ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ଜଗଦୀଶ ନାଏକ/ ହିରଣ୍ୟ ବେହେରା): କଳାହାଣ୍ଡିର ଏକ ବିସ୍ତୃତ ଐତିହାସିକ ଏବଂ ସାଂସ୍କୃତିକ ପୃଷ୍ଠଭୂମି ରହିଛି। ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ପରେ ମଧ୍ୟ ଆଜିବି ଅନେକ ପ୍ରାଚୀନ କଳା କଳାହାଣ୍ଡିରେ ବଞ୍ଚି ରହିଛି। ସେହି ଲୋକ ସଂସ୍କୃତିର ଭାବଧାରାକୁ ଲୋକଲୋଚନକୁ ଆଣିବାପାଇଁ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଏକ ଉତ୍ତମ ମାଧ୍ୟମ ପାଲଟିଛି ବୋଲି କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୁଡହାଣ୍ଡି ମଞ୍ଚରେ ମଙ୍ଗଳବାର ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୩ ଉଦଘାଟିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ମନ୍ଦିରରୁ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁଙ୍କ ନେତୃତ୍ବରେ ଏକ ମଶାଲା ଶୋଭାଯାତ୍ରା କୋକସରା ପହଞ୍ଚିଥିଲା। ସେହିପରି ମହିମାରୁ ବସ୍ତରେନ ସାଉଁଳୀ ଦେବୀଙ୍କ ଲାଠି କାଳିଶୀ, ଲଡୁଗାଁ ରୁ ଶୀତଳା ଦେବୀ ସାମିଲ ହୋଇଥିଲେ। ପରେ କୋକସରା ଠାକୁରାଣୀ ମନ୍ଦିର ରୁ ମଧ୍ୟ ଏକ ମଶାଲା ଶୋଭାଯାତ୍ରା ବାହାରି ଥିଲା। ସମସ୍ତ ଦେବଦେବୀଙ୍କ ମଶାଲ ଏକତ୍ରିତ ହେବା ପରେ ପାରମ୍ପରିକ ବାଦ୍ୟ ଘୁମୁରା, ଘଣ୍ଟ ଦଳ, ମାଦଳି, ଆଦିବାସୀ ବେଶଭୂଷାରେ ବିଭିନ୍ନ ନୃତ୍ୟ ଦଳ ମଶାଲ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ପରେ ଦେବାଦେବୀଙ୍କ ମଶାଲ ଉତ୍ସବ ପଡ଼ିଆ ନିକଟରେ ପହଞ୍ଚିବା ପରେ ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି ପ୍ରମୁଖ ଗୁଡହାଣ୍ଡି ମଞ୍ଚ ନିକଟକୁ ପାଛେଟି ନେଇଥିଲେ।

Udyog Nursery
Udyogi Nursery

ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଗୁଡହାଣ୍ଡି ମଞ୍ଚ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, କୋକସରା ସରପଞ୍ଚ କିଶୋର ପ୍ରଧାନୀ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଏକ ମହୋତ୍ସବ ନୁହେଁ କଳା ବିକାଶର ପ୍ରକୃତ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ସାମୁହିକ ଦିପ ପ୍ରଜ୍ବଳନ ସହିତ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା।

ପରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା, ନୃତ୍ୟ ଓ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ମଞ୍ଚରେ କଳା ପ୍ରଦର୍ଶନ କରିଥିଲେ। ଉତ୍ସବ କମିଟି ପକ୍ଷରୁ ସ୍ବତନ୍ତ୍ର ଭାବେ ଷ୍ଟଲ କରିଥିବାବେଳେ କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଛତୁ ଚାଷ, ଧୁପକାଠି ତିଆରି, ଜୈବିକ ସାର, କାଗଜରେ ତିଆରି ଖଲିଦନା, କୁମ୍ଭକାର ମାନଙ୍କ ମାଟି ତିଆରି ସାମଗ୍ରୀ ଆଦି ପ୍ରଦର୍ଶିତ ହୋଇଛି । ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ଅତିଥି ପରିଚୟ କରିଥିବାବେଳେ ମଞ୍ଚକୁ କୁସୁମଖୁଣ୍ଟି ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଉତ୍ତମ କୁମାର ପଣ୍ଡା ଓ କିଶନ ପଟ୍ଟନାୟକ ପରିଚାଳନା କରିଥିଲେ। କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରାଙ୍କ ନେତୃତ୍ବରେ ପୁଲିସ କର୍ମୀଚାରୀ ଓ ଏନସିସି କ୍ୟାଡେଟ ର ଛାତ୍ରଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଉତ୍ସବରେ ବ୍ଳକର ସମସ୍ତ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ଜନପ୍ରତିନିଧି, ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଞ୍ଚଳର ଜନ ସାଧାରଣ ଉତ୍ସବ ପଡ଼ିଆରେ ଉପସ୍ଥିତ ରହି ବିଭିନ୍ନ ଷ୍ଟଲ ବୁଲିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ତଥା ପ୍ରାବନ୍ଧିକ ମୋହନ ଚରଣ ବିଷୀ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି କମ୍ବୁପାଣି ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଲ୍ଡେନ ମେମୋରୀ ଓଡ଼ିଶୀ ନୃତ୍ୟ, ମହୁରୀ, ବିଭୁ ଡ୍ୟନ୍ସ, ଭୋ ସମ୍ଭୁ, ଗଣେଶ ବନ୍ଦନା, ବାରମାସୀ ତେର ଯାତ୍ରା, ଶୀବ ତାଣ୍ଡବ, ବନ୍ଦେ ମାତରଂ, ରାଜସ୍ଥାନୀ, ହନୁମାନ ଚାଳିଶା ଆଦି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମଞ୍ଚକୁ କୋକସରା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଓ ଉତ୍ତମ କୁମାର ପଣ୍ଡା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.