ଥୁଆପଦର ହାଇସ୍କୁଲର ୩୦ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଥୁଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୩୦ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବରେ  ଭବାନୀପାଟଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସାହୁ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ, ଭବାନୀପାଟଣା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ସରପଞ୍ଚ ଦିଗାମ୍ବର ଲୁହା, ସମିତି ସଭ୍ୟା ଗୀତାଞ୍ଜଳୀ ସାହୁ, ଥୁଆପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ଦୋରା ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟବକ୍ତା ଶେଷଦେବ ସାହୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି, ଏହି ବିଦ୍ୟାଳୟକୁ ଯୁକ୍ତ ଦୁଇ ଖୋଲିବା ପାଇଁ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ସହମତ ହୋଇ ଏହି ବିଦ୍ୟାଳୟକୁ ଯୁକ୍ତ ଦୁଇରେ ପରିଣତ କରିବା ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଅତିଥି ମାନେ ପ୍ରତିଶୃତି ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା।

ଏହି କାର୍ଯକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହ ପରିଚାଳନା କରିଥିବାବେଳେ ଶିକ୍ଷକ ବିରଞ୍ଚି କୁମାର ତାଣ୍ଡି, ସୁବାଷ ତାଣ୍ଡି, ଧୁନ୍ତିଷା ରଞ୍ଜନ ମାଝୀ, ନରେନ୍ଦ୍ର କୁମଝରିଆ, ଶିବଦତ୍ତ ପଣ୍ଡା, ବିଭୁତି ପ୍ରଧାନ, ମୃତ୍ୟୁଞ୍ଜୟ ପତି, ଉମାକାନ୍ତ ପାଣିଗ୍ରାହୀ, ତପନ ସାହୁ, କେଶବ ପ୍ରଧାନ ସହଯୋଗ କରିଥିଲେ। ବିଦ୍ୟାଳୟରେ ଥିବା ଏନସିସି ବିଭାଗର ସମସ୍ତ ଛାତ୍ର ଏନସିସି ଅଫିସର ଗିରିଜା ଶଙ୍କର ସାହୁଙ୍କ ନେତୃତ୍ଵରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ନେତା ଅରବିନ୍ଦ ସାହୁ, ମଣ୍ଟୁ ନାଏକ, ଅବିନାଶ ଠାକୁର ଉପସ୍ଥିତ ରହିଥିଲେ। ଶେଷରେ ଗିରିଜା ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.