ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ନିଲମ୍ବିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ଓ ପ୍ରଶାସନ ଭଳି ଦଳୀୟ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛି ବିଜୁ ଜନତା ଦଳ। ଦଳରେ ବିଶ୍ରୁଙ୍ଖଳିତ ବ୍ୟକ୍ତିଙ୍କର କୌଣସି ସ୍ଥାନ ନାହିଁ ଏହା ଦଳ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରୁ ବିଭିନ୍ନ ସମୟରେ ପ୍ରମାଣିତ ହୋଇସାରିଛି। ଯେ କୌଣସି ପଦପଦବୀରେ ଥିଲେ ବି ଦଳୀୟ ଶ୍ରୁଙ୍ଖଳା ଭଙ୍ଗ କଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସ୍ରୁଷ୍ଟି କରିଛି। ଏହିପରି ଭାବେ ଦଳ ଜଣେ ବ୍ଲକ ସଭାପତିଙ୍କ ମାତ୍ରାଧିକ ଦୁର୍ନୀତି ସହିତ ସଂଶ୍ଲିଷ୍ଟ ରହିବା, ଦଳ ବିରୋଧୀ ଓ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଦଳରୁ ନିଲମ୍ବନ କରିଥିବା ଜଣାପଡିଛି। ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀଙ୍କୁ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହେବା ପରେ ଶ୍ରୀ ପ୍ରଧାନୀ ନିଜର ସମସ୍ତ ପଦପଦବୀ ମଧ୍ୟ ହରାଇଛନ୍ତି। ଏନେଇ ଘୋଷଣା ଜାରି ହେବା ପରେ ଏବେ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.