ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୁରାଣ ପ୍ରସିଦ୍ଧ ଯଦୁବଂଶର ଏକ ଶାଖା ହେଉଛନ୍ତି ମଗଧା ଯାଦବ ଗୋଷ୍ଠୀ। ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରେ ‘ହଂସ’ ବଂଶ ଅନ୍ୟତମ। ହଂସ ବଂଶର ଏକ ବିସ୍ତୃତ ଐତିହାସିକ, ସାଂସ୍କୃତିକ ତଥା ସମୃଦ୍ଧ ପରମ୍ପରା ରହିଛି। ହଜାର ହଜାର ବର୍ଷ ଧରି କଳାହାଣ୍ଡିରେ ବସବାସ କରି ଆସୁଥିବା ମଗଧା ଯାଦବ ମାନେ ନିଜର ଉନ୍ନତ ସଂସ୍କୃତି ପାଇଁ ଅନ୍ୟମାନଙ୍କ ଠାରୁ ଭିନ୍ନ ପ୍ରକାର ପ୍ରତୟମାନ ହୋଇଥାନ୍ତି। ଏହି କ୍ରମରେ ହଂସ ବଂଶର ପାଟ ପୂଜା ଅତିତ ଗୈାରବଗାଥା ବୟାନ କରିବାରେ ସକ୍ଷମ ହୋଇଥାଏ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସ ପଡା ଠାରେ ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ପାଟ (ପିଢ଼ି)ରେ ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ହଂସ ବଂଶର ସମସ୍ତ ଭାଇ ମାନେ ବିଭିନ୍ନ ଗ୍ରାମରୁ ଏକତ୍ରିତ ହୋଇ ନିଜ କୁଳ ଦେବତା ପୂର୍ବ ପୁରୁଷାକୁ ଆବାହନ କରି ପୂଜା ପାଠ କରି ସନ୍ତୁଷ୍ଟ  କରିଥାନ୍ତି। କୂଳ ଦେବତା ମା ସମଲେଶ୍ୱରୀ, ମାଲଛମା କନା ଭୈରୋ, ବାବୁରାଏ ପିତୃ ପୁରୁଷଙ୍କ ଲାଠି କାଳିସୀକୁ ପୂଜା କରି ନଗର ପରିକ୍ରମା କରିଥାନ୍ତି। ବିଶ୍ୱାସ ଅଛି କି ଏହି ପୂଜା କରିବାଦ୍ବାରା ପରମ୍ପରା ବଜାୟ ରହିବା ସହ ସମସ୍ତେ କୁଶଳରେ ଜୀବନ ଯାପନ କରିଥାନ୍ତି। ଏହି ପାଟ ଯାତ୍ରାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ଜୋନ ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ ଉପସ୍ଥିତ ରହି ଦେବୀ ଦେବତାଙ୍କ ପ୍ରତିକକୁ ଦର୍ଶନ କରିଥିଲେ। ପୂଜକ ଗଣେଶ୍ୱର ହଂସ ଶିରା ରୋହିତ ହଂସ ଆୟୋଜକ କର୍ମକର୍ତା ଯୁଗଳ କିଶୋର ହଂସ, ଶୀଧେଶ୍ୱର ହଂସ, କରୁଣାକର ହଂସ, କ୍ଷୀରସିନ୍ଧୁ ହଂସ, ଦୟାନିଧି ହଂସ, ରମେଶ ଚନ୍ଦ୍ର ହଂସ, ଦୀନବନ୍ଧୁ ହଂସ, କରୁଣାକର ହଂସ ସମୂହ ପୂଜା କାର୍ଯ୍ୟ ଓ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.