ମୁହଁ ଖୋଲିଲେ WWE ଷ୍ଟାର କବିତା, ଉତ୍ପୀଡନ ଯୋଗୁ ରେସଲିଂ କ୍ୟାରିୟର ଛାଡି ଦେଇଥିଲି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାର ନାମ ଧରୁନି । ହରିୟାଣା ଜିନ୍ଦର ଡବ୍ଲୁଡବ୍ଲ୍ୟୁଇ ଷ୍ଟାର କବିତା ଦଲାଲ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ମଧ୍ୟ ଉତ୍ପୀଡନ ଯୋଗୁ ରେସଲିଂ ଛାଡିବାକୁ ବାଧ୍ୟ ହୋଇଥିଲି । ସେ ସମୟରେ ଫେଡେରେଶନ ଅଧ୍ୟକ୍ଷ ଦାୟିତ୍ୱରେ ପୂର୍ବ ଆଇପିଏସ ଥିଲେ । ଲକ୍ଷ୍ନୌ ସାଇ ସେଂଟରକୁ ଯିବା ପୂର୍ବରୁ ମୋ କୋଚ ମୋତେ ସତର୍କ କରାଇ ଦେଇଥିଲେ । ମୁଁ ମୋ ପତିଙ୍କ ସହ ଯାଇଥିଲି । ସେଠାକାର ପରିସ୍ଥିତି ଦେଖି ନିଜକୁ ବଂଚାଇ ପଳାଇ ଆସିଥିଲି । ଏବେ ଯନ୍ତରମନ୍ତରରେ ବିନେଶ ଫୋଗଟ ଆଗକୁ ଆସିବାରୁ ମୁଁ ମଧ୍ୟ ତାଙ୍କ ସମର୍ଥନରେ ଛିଡା ହୋଇଛି । ସହିବାର ସୀମା ଅଛି ଆଉ ଏହା ଟପିଗଲେ ଝିଅମାନେ କିଛି ବି କରିପାରନ୍ତି । ଇତି ମଧ୍ୟରେ ସାକ୍ଷୀ ମଲିକ ଫେଡେରେଶନର ସଦସ୍ୟ ଥିବା ସତ୍ୱେ ଆଗୁଆ କାହିଁକି ଏ ସମ୍ପର୍କରେ କହିଲେ ନାହିଁ ବୋଲି ଯୋଗେଶ୍ୱର ଦତ ପ୍ରଶ୍ନ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.