ବଲାଙ୍ଗୀର,୨୧/୪ : ତୁରେକେଲା ବ୍ଲକ ଅନ୍ତର୍ଗତ ଧାମନଡଙ୍ଗାର କନ୍ଦବାହାଲ ଠାରେ ଘଟିଛି ଅଭାବନିୟ ଘଟଣା । ଭୂବନେଶ୍ବର ଠାରୁ ଖଡିଆଳ ଆସୁଥିବା ସମୟରେ କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାସ୍ତା ପାର୍ଶ୍ବରେ ଥିବା କନ୍ଦବାହାଲ ର ଏକ ଘର ଭିତରକୁ ପସିଯାଇଛି ସାରଳା ବସ୍ (ଓଡି ୦୨ ଏୟୁ ୮୧୯୯) ।ଏନେଇ ଘର ମାଲିକ ଓ ସ୍ଥାନୀୟ ଗ୍ରାମବାସୀ ମାନେ କ୍ଷତିପୂରଣ ପ୍ରଦାନ ଦାବିରେ ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଜାତାୟତ ଠପ୍ ହୋଇଯାଇଥିବା କାରଣରୁ ଶତାଧିକ ଗାଡିର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଘଟଣାରେ କୌଣସି ଜନଜୀବନ ନଷ୍ଟ ହୋଇନଥିବା ସୁଚନା ଦେଇଛନ୍ତି ସ୍ଥାନୀୟ ଲୋକେ ।