ମ.ରାମପୁର,୨୧/୪ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ପାଂଚ ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ପ୍ରଥମ ରଜନୀ(ଶନିବାର)ରେ ଆଦ୍ୟ କାଣ୍ଡ ମଂଚସ୍ଥ ହେଇଯାଇଛି । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ବଳିଷ୍ଠ ନିର୍ଦ୍ଦେଶନା ସହ ସଭାପତି ଜୀବେଶ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ପ୍ରଥମ ଦିବସରୁ ଦର୍ଶକଙ୍କ ଭିଡ଼ ଲାଗିରହିଥିବାବେଳେ ପ୍ରଥମ ଦିବସ ମଂଚ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥଭାବରେ ନାଟ୍ୟକାର ତଥା କଳାକାର ଭଜକୃଷ୍ଣ ମହାନ୍ତି(ଭୁବନେଶ୍ୱର) ଯୋଗଦେଇ ଏହି ମହାନସଂସ୍କୃତିର ମହାନତା ସଂପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିବା ସହ ଏହି ସଂସ୍କୃତି ସବୁଦିନ ପାଇଁ ଜୀବିତ ରହିବ ବୋଲି ମତପ୍ରକାଶ କରିଥିଲେ ।
ଏହି ଅବସରରେ ତୁଳାପଡ଼ା ଗ୍ରାମର ବରିଷ୍ଠ ଅଭିନେତା ଲବ ମାଝୀଙ୍କୁ ମାନପତ୍ର ଓ ଉପାୟନ ଦେଇ ଅତିଥିମାନେ ସମ୍ମାନୀତ କରିଥିଲେ । ମାନପତ୍ର ପାଠ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ, ମଂଚରେ ଅତିଥିମାନଙ୍କ ସହ ଉପସ୍ଥିତ ଥିଲେ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ । ପ୍ରଥମ ରଜନୀରେ ଦସ୍ୟୁ ରତ୍ନାକର,ବାଲ୍ମିକୀ ଚରିତ, ଶ୍ରବଣ କୁମାରଙ୍କ ପିତୃମାତୃ ଭକ୍ତି, ବେଦମତୀର ଆତ୍ମଦାହ, ଶ୍ରୀମତୀ ସହ ଶ୍ରୀବିଷ୍ଣୁଙ୍କ ବିବାହ, ରାମ,ଲକ୍ଷ୍ମଣ,ଭରତ,ଶତ୍ରୃଘ୍ନଙ୍କ ଜନ୍ମ ଦୃଶ୍ୟ ଅଭିନୀତ ହେଇଥିଲା ।
ମୁଖ୍ୟ ଭୁମିକାରେ ଜନକ:ଅକ୍ରୁର ମହାରଣା, ନାରଦ:ଦିଲ୍ଲୀପ ତ୍ରିପାଠୀ, ବ୍ରହ୍ମା:ଅରୁଣ ହାତୀ, ବାଲ୍ମିକୀ/ଦସ୍ୟୁରତ୍ନାକର:ରଂଜନ ମହାରଣା, ଅନ୍ଧକ:ରମାକାନ୍ତ ପ୍ରହରାଜ, ସତ୍ୟବତୀ/ମନ୍ଦୋଦରୀ:କେଶବ ଦଣ୍ଡିଆ, ଶବଣ କୁମାର/ଅମ୍ବରୀଶ:ପ୍ରଦୀପ ସିଂ, ଦଶରଥ: ବିରେନ୍ଦ୍ର ରଥ, ବଶିଷ୍ଠ:ଡ଼ମ୍ବରୁଧର ଭୋଇ, ବାମଦେବ:ବସନ୍ତ ନାୟକ, ଜନକ:ସୁରସେନ ମହାରଣା, କୈକେୟୀ:ବନମାଳୀ ସିଂ, ବେଦମତୀ:ପ୍ରଶାନ୍ତ ମହାରଣା, ରାବଣ:ସାଇପ୍ରସାଦ ମହାରଣା, ମେନକା:ପିଣ୍ଟୁରଣା, ପର୍ବତ:ପ୍ରଦୀପ ବାଣୁଆଁ, ବିଷ୍ଣୁ:ବିକାଶ ଚନ୍ଦ୍ର ଆଚାର୍ଯ୍ୟ, ଲୋମପାଦ:ଯଶୋବନ୍ତ ବିଶି, ଋଷ୍ୟଶୃଙ୍ଗ: ବବଲୁ ଘିଭେଲା, ପ୍ରମୁଖ ଅଭିନୟ କରୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ସାହୁ(ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ପ୍ରବୀଣ ନାଏକ, ସ୍ମୃତିରେଖା ପାଢୀ ଓ ବାଦ୍ୟଯନ୍ତ୍ରରେ ସୁଶାନ୍ତ, ବିନୟ, କାହ୍ନୁ, ପଦ୍ମଲୋଚନ, ବିକ୍ରମ, ଯୁଧିଷ୍ଟିର ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା, ବୀରେନ୍ଦ୍ର ମହାରଣା, ଶିବ, ଭ୍ରମରବର, ସୁବାସ, ତ୍ରିନାଥ । ବିଶେଷ ତଦାରଖ ଦାୟିତ୍ୱରେ ନାରାୟଣ ମହାଲିକ ଓ ଜୟନ୍ତ ନାୟକ ରହିଛନ୍ତି । ଶ୍ରୀ ରାମଜୀଉ ଅନୁଷ୍ଠାନର ସଂପାଦନା ମଣ୍ଡଳୀ ଲଳିତ କୁମାର ମହାଲିକ, ମିହିର କୁମାର ଦୁବେଙ୍କ ସକ୍ରିୟ ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଳୁ ମହାରଣ, ମଣ୍ଟୁ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମପରିଚାଳନାରେ ସହଯୋଗ କରୁଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇