ମଇ ୨୦ ସମାବେଶ ପାଇଁ ଅସୁରଗଡରେ କନ୍ଧ ସମାଜର ପ୍ରସ୍ତୁତି ବୈଠକ

କଳାହାଣ୍ଡି,୨୧/୪ : ଐତିହାସିକ, ପୌରାଣିକ କଥା କନ୍ଧ ବୀରଙ୍କ ଗାଥା ବହନ କରୁଥିବା ଅସୁରଗଡର ପବିତ୍ର ମାଟିର ବୀରକମଳ ମଇଦାନ ଠାରେ ମଇ ୨୦ ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅସୁରଗଡ଼ କମିଟି ର ପୁନର୍ଗଠନ କରାଯିବାସହ ମଇ 20 ସମାବେଶର ସଫଳ ଅୟୋଜନ ଓ ଅସୁରଗଡ଼ ପୀଠର ଉନ୍ନତି ଆଦି ବିବିଧ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ମଇ ୨୦କୁ ବୀର କମଳ ମାଝୀ ବଳିଦାନ ଦିବସ ରୂପେ ଅସୁରଗଡରେ ପ୍ରତିବର୍ଷ ପାଳନ କରିଆସୁଛି କନ୍ଧ ସମାଜ ।

Omkar Vasthu
Omkar Vasthu

ନୂତନ କମିଟି

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଭାପତି- ଦୁର୍ଯ୍ୟୋଧନ ମାଝୀ (ନର୍ଲା)

ଉପ-ସଭାପତି – ରାଜକିଶୋର ମାଝୀ (ଡଙ୍ଗାପଟା)
ସମ୍ପାଦକ- ଲୋକନାଥ ଭୋଇ (ଟକର୍ଲା)
ସହସମ୍ପାଦକ- ରତନ ଭୋଇ (ମୁଡିଙ୍ଗ)
କୋଷାଧ୍ୟକ୍ଷ – ବୈଦ୍ୟନାଥ ମାଝୀ (କର୍ମେ)
ସଭ୍ୟ :
୧-ନର୍ଲା ବ୍ଲକ ର ସମସ୍ତ ପଞ୍ଚାୟତ ସଭାପତି ତଥା ସମ୍ପାଦକ
୨-କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ ସଭାପତି ତଥା ସମ୍ପାଦକ

ପୂରୁଣା କାର୍ଯ୍ୟକର୍ତା , ଯୁବ ପିଢ଼ି ଓ କନ୍ଧ ସମାଜର କାର୍ଯ୍ୟରତ ବିଭିନ୍ନ ସଂଗଠନ ମାନଙ୍କର କାର୍ଯ୍ୟକର୍ତ୍ତା ତଥା ପୁରାତନ ଅନୁଭୂତି ଓ ନୂତନ ମତାମତ ଏବଂ ଦିଗଦର୍ଶନକୁ ପାଥେୟ କରି ଆଗାମୀ ଦିନରେ ଜାତିର ବିକାଶ ପାଇଁ ଜଣେ ସୈନିକ ଭାବରେ ଲଢେଇ ଜାରି ରଖିବେ ବୋଲି ନୂତନ ସଭାପତି ଓ ତାଙ୍କର ସହଯୋଗୀଗଣ ପ୍ରକାଶ କରିଛନ୍ତି । ଏହା ସହ ୪୪ ଟି କନ୍ଧ ପ୍ରଗଣାର ୧୨ ବେସ୍କା , ୧୩ ଶିକା , ୧୮ ମାଞ୍ଜି , ୧୬ ପ୍ରଧାନୀ ତଥା ପଞ୍ଚରସି ବନ୍ଧୁ ବର୍ଗ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ନବନିର୍ବାଚିତ କର୍ମକର୍ତା ।

ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନିଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.