ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ

● କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟସେବା ମଧ୍ୟରେ ବ୍ୟବଧାନ ହ୍ରାସ ଉପରେ ଗୁରୁତ୍ଵ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସ୍ଵାସ୍ଥ୍ୟ ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ ହୋଇଯାଇଛି। କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟସେବା ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିବା ସାମ୍ପ୍ରତିକ ସମୟର ଆହ୍ଵାନ ବୋଲି ଏହି ଅବସରରେ ଡାକ୍ତର ପତି ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ପ୍ରମୁଖ ମଂଚାସୀନ ହୋଇ କର୍କଟର କାରଣ ଓ ନିରାକରଣ ଉପରେ ବିଶେଷ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଅସିଷ୍ଟାଣ୍ଟ୍ ମେନେଜର ଏନସିଡି ଗୀତାଞ୍ଜଳି ମେହେର ଆୟୋଜନରେ ସହଯୋଗ କରିଥିଲେ। ଏହି ପାଳନତ୍ସୋବରେ ବିଭିନ୍ନ ବ୍ଲକ୍ ରୁ ସିଏଚଓ ମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.