ଚାଷୀର ବିକାଶ ଓ ଜଙ୍ଗଲ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗାଡିବାଲି ଗ୍ରାମପଞ୍ଚାୟତର ଚିରକାଲ ଗାଁଠାରେ ଚାଷୀ ଏକତା ପରିଷଦ, ଶାଶୁ ବହୁମାଳୀ ଚାରି ଟେବୁଲ ଟ୍ରଷ୍ଟ ଓ ଅଖିଳ ଭାରତୀୟ କିଷାନ ମଜୁଦୁର ସଭା ମିଳିତ ଆନୁକୂଲ୍ୟରେ ଜନ ସଚେତନ ଜାଗରଣ ଓ ଚାଷୀର ବିକାଶ ଓ ଜଙ୍ଗଲ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ଉପସ୍ଥିତ ଜନ ସାଧାରଣମାନେ ଜୀବନ ଯାଉ ପଛେ ଆମ ଚାଷ ଜମି ବଞ୍ଚିଥାଉ ଓ ଆମ ମାଟି ମାଆ ବଞ୍ଚିଥାଉ ବୋଲି ଏଭଳି ନାରା ଦେଇ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଆଦାନୀ କମ୍ପାନୀକୁ ବିରୋଧ ପ୍ରଦର୍ଶନ କରିଥିଲେ। ସେଠିକାର ଜନ ସାଧାରଣ କହିଥିଲେ ଯେ, ଏଇଠି କମ୍ପାନୀ ହେଲେ ଆମ ଚାଷ ଜମି ସବୁ ନଷ୍ଟ ହେବ, ଆମ ଜମି ସବୁ କମ୍ପାନୀ ଛଡେଇ ନେବ, ଆମ ଜଙ୍ଗଲ ଓ ପରିବେଶ ନଷ୍ଟ ହେବ, ଆମର ଜୀବନ ଜୀବିକା ଉପରେ ର୍ଦୁର୍ଭିକ୍ଷ ପଡିବ। ଏହିପରି ଜଳନ୍ତା ଉଦାହରଣ ଆମ ଦୋରାଗୁଡା ଠାରେ ଉତ୍କଳ ଆଲୁମିନା କମ୍ପାନୀରେ ଦେଖିବାକୁ ମିଳୁଛି । କମ୍ପାନୀ ହେଲେ ବିକାଶ ହେବ, ଅଞ୍ଚଳର ଉନ୍ନତି ହେବ କହି ଦିନରେ ଜନ ସାଧାରଣଙ୍କୁ ଦିବାସ୍ୱପ୍ନ ଦେଖାଉ ଥିବା କମ୍ପାନୀ ଆଜି, ନା ଅଞ୍ଚଳର ବିକାଶ କଲା, ନା ଚାଷୀର ଉନ୍ନତି କଲା, ନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା। ଆଜି ସେଠିକାର ନିରୀହ ଜନସାଧାରଣ ଯେଉଁ ଗରିବକୁ ସେହି ଗରିବ ଅବସ୍ଥାରେ ଅଛନ୍ତି। ଆଗାମୀ ଦିନରେ ଆମ ଅଞ୍ଚଳରେ କମ୍ପାନୀ ହେଲେ ଆମେ ମଧ୍ୟ ଠିକ ସେହିପରି ପରିସ୍ଥିତି ଭୋଗିବାକୁ ପଡିବ କହି ତୀବ୍ର ବିରୋଧ କରିଥିଲେ। ଉକ୍ତ ବୈଠକରେ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ପ୍ରତାପ ପୁଆଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଚାଷୀଙ୍କୁ ଚାଷର ଉନ୍ନତି ବିଷୟରେ ବୁଝେଇ ଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଏକତା ପରିଷଦ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ପି.ଏନ. ଚୌଧୁରୀ, କଲ୍ୟାଣସିଙ୍ଗପୁର ବ୍ଲକ ସଭାପତି ଅର୍ଜୁନ ବାଣ୍ଡଳକା, ଜ଼ିଲ୍ଲା ସଂଗଠନ ସମ୍ପାଦକ ପ୍ରିତମ କୁମାର, ଟାଉନ ଉପ ସଭାପତି ନିରଞ୍ଜନ ବିଡ଼ିକା, ଶାଶୁ ବୋହୂମାଳୀ ଚାରି ଟେବୁଲ ଟ୍ରଷ୍ଟ ସଭାପତି ବଳି ମାଝୀ, ପ୍ରସନ ଆଚାର୍ଯ୍ୟଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.